ଛିଃ ଏମିତି ଗାର୍ଲଫ୍ରେଣ୍ଡ୍‌ କାହାକୁ ନ ମିଳୁ! ପରିବାର ସହ ମିଶି ପ୍ରେମିକକୁ ଜିଅନ୍ତା ଜଳାଇ ଦେଲା ପ୍ରେମିକା

ଝିଅର ପ୍ରେମକୁ ବିରୋଧ କରୁଥିବା ଏକ ପରିବାର ତା’ ପ୍ରେମିକକୁ ଜିଅନ୍ତା ଜାଳି ଦେଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ ନିଜେ ପ୍ରେମିକା ବି ସାଥ୍‌ ଦେଇଛି। ଏଭଳି ଛାତି ଥରା ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାସିକରେ। ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଯୁବକର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହି ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ମହିଳା ବି ଅଛନ୍ତି।

ପୋଲିସର ସୂଚନା ଅନୁସାରେ, ଗୋରଖ ବଛବ(୨୭) ଙ୍କ ସହ ସେହି ଗାଁର ୨୩ ବର୍ଷୀୟା ରୀନା(ଛଦ୍ମନାମ)ର ପ୍ରେମ ସମ୍ପର୍କ ଥିଲା। ରୀନାଙ୍କ ପରିବାର ଲୋକଙ୍କୁ କିନ୍ତୁ ଏହି ସମ୍ପର୍କ ଆଦୌ ପସନ୍ଦ ନଥିଲା। ଏଣୁ ସେମାନେ ରୀନା ପାଇଁ ଅନ୍ୟ ଜାଗାରେ ପ୍ରସ୍ତାବ ଦେଖୁଥିଲେ। କିନ୍ତୁ ସବୁ ଜାଗାରେ ବାହାଘର ଭାଙ୍ଗିଯାଉଥିଲା। ଏଣୁ ରୀନାର ପରିବାର ଲୋକେ ସନ୍ଦେହ କରିଥିଲେ ଯେ ଗୋରଖ ଯୋଗୁ ତାଙ୍କ ଝିଅର ବିବାହ ଭାଙ୍ଗିଯାଉଛି।

ଏହାର ସମାଧାନ ପାଇଁ ଫେବ୍ରୁଆରୀ ୧୧ ତାରିଖରେ ରୀନାର ପରିବାର ପକ୍ଷରୁ ଗାଁରେ ଏକ ବୈଠକ ଡକାଯାଇଥିଲା। ଏହି ବୈଠକରେ ରୀନାର ପରିବାର ଲୋକ ଗୋରଖ ଉପରକୁ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଗୋରଖ ନିଜକୁ ବଞ୍ଚାଇବାକୁ ସେଠାରେ ଥିବା ଏକ ମୋବାଇଲ ଦୋକାନକୁ ପଶି ଯାଇଥିଲେ ବି ରୀନାର ପରିବାର ଲୋକ ତା’ ମୁଣ୍ଡକୁ ରଡ୍‌ରେ ପ୍ରହାର କରିଥିଲେ। ଗୋରଖ ବେହୋସ ହୋଇଯିବା ପରେ ରୀନା ଓ ତାଙ୍କ ପରିବାର ଲୋକ ମିଶି ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ଗୁରୁତର ଅବସ୍ଥାରେ ଗୋରଖଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ଏବେ ମାମଲାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.