ୟୁକ୍ରେନର ସରକାରୀ ସାଇଟ୍‌ ଏବଂ ପ୍ରମୁଖ ବ୍ୟାଙ୍କ ଉପରେ ସାଇବର ଆଟାକ, ଅନଲାଇନ ପେମେଣ୍ଟ ଠପ୍‌

ଦିନକୁ ଦିନ ୟୁକ୍ରେନ ସଙ୍କଟ ବଢିବାରେ ଲାଗିଛି। ଦିନକୁ ଦିନ ତିକ୍ତତା ବଢିବା ଯୋଗୁଁ ଯୁଦ୍ଧ ତାରିଖ ମଧ୍ୟ ଘୋଷଣା ହୋଇଥିଲା। ତେଣୁକରି ରୁଷ ୟୁକ୍ରେନ ସୀମାରେ ୧.୩୦ ଲକ୍ଷ ସେନା ମୁତୟନ ମଧ୍ୟ କରିଥିଲା। ଏହାମଧ୍ୟର ୟୁକ୍ରେନର ସମସ୍ତ ସରକାରୀ ସାଇଟ୍‌ ଏବଂ ପ୍ରମୁଖ ବ୍ୟାଙ୍କ ଉପରେ ସାଇବର ଆଟାକ ହୋଇଛି। ଫଳରେ ଲୋକଙ୍କ ଚିନ୍ତା ବଢିଯାଇଛି। ସାଇବର ଆଟାକ୍‌ ଯୋଗୁଁ ଅନଲାଇନ ପେମେଣ୍ଟ ଠପ୍‌ ହୋଇପଡିଛି। ଏହାକୁ ନେଇ ଲୋକଙ୍କୁ ଆଶ୍ୱସ୍ତି ଦେଇଛି ୟୁକ୍ରେନ ସରକାର।

ୟୁକ୍ରେନର ଜଣେ ଅଧିକାରୀ କହିଛନ୍ତି, ସାଇବର ଆଟାକ ୟୁକ୍ରେନକୁ ଆକ୍ରମଣ କରିଥିବା ଅନେକ ହ୍ୟାକିଂ ଅପରେସନ ମଧ୍ୟରୁ ଅନ୍ୟତମ। ଏହି ସାଇବର ଆଟାକ ରୁଷ ପଡୋଶୀ ଦେଶକୁ ଆକ୍ରମଣ କରୁଥିବା ସମୟରେ ହୋଇଛି। ଆଉ ଏହି ସାଇବର ଆଟାକ ଯୋଗୁଁ ଅତିକମ୍‌ରେ ୧୦ରୁ ଅଧିକ ୟୁକ୍ରେନ େଓ୍ଵବସାଇଟ କାମ କରିବା ବନ୍ଦ କରିଦେଇଛି। ଏଥିରେ ରକ୍ଷା ମନ୍ତ୍ରଣାଳୟ, ବିଦେଶ ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ ଏବଂ ୟୁକ୍ରେନର ସବୁଠାରୁ ବଡ ଦୁଇଟି ବ୍ୟାଙ୍କ ସାମିଲ ରହିଛି।

ୟୁକ୍ରେନର ସବୁଠାରୁ ବଡ ବ୍ୟାଙ୍କ Sberbank ଉପରେ ମଧ୍ୟ ସାଇବର ଆଟାକ ହୋଇଛି। ଫଳରେ ବ୍ୟାଙ୍କର ଅନଲାଇନ ପେମେଣ୍ଟ ଠପ୍‌ ହୋଇପଡିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ବ୍ୟାଙ୍କର କୌଣସି ଆପ୍‌ କାମ କରୁନାହିଁ। କିନ୍ତୁ ୟୁକ୍ରେନର ସୂଚନା ମନ୍ତ୍ରଣାଳୟ କହିବାନୁଯାୟୀ, ଏହି ସାଇବର ଆଟାକର କୌଣସି ବିପଦ ନାହିଁ। ଆପଣଙ୍କ ପଇସା ସୁରକ୍ଷିତ ରହିଛି ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.