Below header

ଚିନ୍ତା ଦୂର କରିବା ହେବା ସହଜ: ଆଞ୍ଜାଇଟି କଣ୍ଟ୍ରୋଲ ପାଇଁ KIIT ପ୍ରଫେସଙ୍କ ଅଭିନବ ପ୍ରୟାସ, ତିଆରି କଲେ କମ୍ ଟଙ୍କାର ଏକ ଭିନ୍ନ ଡିଭାଇସ୍

ଆପଣ ମଧ୍ୟ ଏ କଥାକୁ ଏଡାଇପାରିବେନି ବିଗତ କିଛି ବର୍ଷ ହେଲାଣି ଅନେକ ବ୍ୟକ୍ତି ମାନସିକ ରୋଗର ଶିକାର ହେଉଛନ୍ତି। ଖାସ କରି ଏପରି ମେଣ୍ଟାଲ ହେଲ୍ଥର ଅସୁବିଧା ଦେଖାଯାଇଛି କୋଭିଡ୍-୧୯ ର ଆରମ୍ଭ ହେବା ପରେ। ଏମିତିକି ଆପଣ ଜାଣିଥିବେ ଅଧିକାଂଶ ଯୁବଗୋଷ୍ଠୀ ଶାରୀରିକ ରୋଗ ଅପେକ୍ଷା ମାନସିକ ରୋଗର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଆତ୍ମହତ୍ୟା ମଧ୍ୟ କରିଛନ୍ତି। ଆଉ ମାନସିକ ରୋଗର ମୁଖ୍ୟ କାରଣ ହେଉଛି ଆଞ୍ଜାଇଟି ବା ଚିନ୍ତା। ଯାହାକି ଅନେକ ସମୟରେ ଏଥିରେ ପୀଡ଼ିତ ହେଉଥିବା ବ୍ୟକ୍ତି ମଧ୍ୟ ଜାଣିପାରନ୍ତି ନାହିଁ ଯେ ସେ ଏହି ମାନସିକ ରୋଗରେ ଆକ୍ରାନ୍ତ ଅଛନ୍ତି ବୋଲି। ଯାହାପାଇଁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡେ।

ଅଞ୍ଜାଇଟି ଲୋକଙ୍କ ଜୀବନ ଉପରେ ଖୁବ୍ ଖରାପ ପ୍ରଭାବ ପକାଇପାରେ। ଏମିତିକି ଏହା ଜଣେ ବ୍ୟକ୍ତିଙ୍କ ଜୀବନରେ ଅନେକ ଅସୁବିଧା ସୃଷ୍ଟି କରିପାରେ। ଆତ୍ମବିଶ୍ବାସକୁ କମ୍ କରିବା ସହିତ ସମ୍ପର୍କ ଉପରେ ପ୍ରଭାବ ପକାଇଥାଏ। ଏବଂ ବେଳେବେଳେ ଅନେକ ପ୍ରକାର ଚିନ୍ତା ମଧ୍ୟ ଆଣିଥାଏ। ଯାହା ପାଇଁ କିଛି ମଣିଷ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ପଛାନ୍ତି ନାହିଁ। ତେବେ ବର୍ତ୍ତମାନ ନିଜର ମେଣ୍ଟାଲ ହେଲ୍ଥକୁ ଠିକ୍ ରଖିବା ପାଇଁ ଓ ଅଞ୍ଜାଇଟି ଠାରୁ ଦୂରେଇ ରହିବା ପାଇଁ KIIT ପ୍ରଫେସର ବିଶ୍ବରଜନ ଆଚାର୍ଯ୍ୟ କମ୍ ଖର୍ଚ୍ଚରେ ଏକ ନିଆରା ଉପକରଣ ବା ଡିଭାଇସ୍ ତିଆରି କରିଛନ୍ତି। ଯାହାକି ଖୁବ୍ ପ୍ରଭାବଶାଳୀ ଡିଭାଇସ୍ ବୋଲି ସେ କହିଛନ୍ତି। ଏହି ଡିଭାଇସ୍ ଚିନ୍ତାକୁ ବା ଆଞ୍ଜାଇଟିକୁ ନିୟନ୍ତ୍ରଣ କରିବ।ପ୍ରଥମଥର ପାଇଁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT) ର କମ୍ପ୍ୟୁଟର ଇଞ୍ଜିନିୟରିଂର ପ୍ରଫେସର ବିଶ୍ବରଂଜନ ଆଚାର୍ଯ୍ୟ ତାଙ୍କ ଦଳ ସହିତ ଏହି ନିଆରା ଉପକରଣ ଉଦ୍ଭାବନ କରିଛନ୍ତି।

ଏବେ ଆସନ୍ତୁ ଜାଣିବା ଏହି ଡିଭାଇସ୍ କିପରି ଆଞ୍ଜାଇଟିକୁ ନିୟନ୍ତ୍ରଣ କରିବ:

ଏହି ଡିଭାଇସର ବାମ ଏବଂ ଡାହାଣ ପାର୍ଶ୍ଵରେ ଅଲଟ୍ରାସୋନିକ୍ ସେନ୍ସର ରହିଛି । ଏହା ସହିତ ପୂର୍ବରୁ ରେକର୍ଡ ହୋଇଥିବା ଭଏସ୍ ଜେନେରେଟ୍ ୟୁନିଟ୍, ଏକ ଭିଜୁଆଲ୍ ସେନ୍ସର, ଏକ
ଭାଇବ୍ରେସନ୍ ସେନ୍ସର, ପାୱାର ବ୍ୟାକଅପ୍ ସୁବିଧା ଏବଂ ମାଇକ୍ରୋ କଣ୍ଟ୍ରୋଲର ଉପରେ ଆଧାରିତ ପ୍ରୋସେଶିଂ ୟୁନିଟ୍ ରହିଛି। ଏହା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ପରୀକ୍ଷା କରିବ। ଏହା ଦ୍ବାରା ଜଣାପଡ଼ିବ ଯେ ବ୍ୟକ୍ତି ଜଣଙ୍କ କେତେ ମାତ୍ରାରେ ଚିନ୍ତାରେ ଅଛନ୍ତି।

ଏହା ସହିତ ବ୍ୟକ୍ତିଙ୍କ ଠାରୁ ତାଙ୍କ ଅବସ୍ଥା ବିଷୟରେ ଜାଣିବା ପାଇଁ ମଧ୍ୟ ଏହି ଡିଭାଇସରେ ଏମିତି କାମ କରାଯାଇଛି, ଯାହାକି ତାଙ୍କ ମାନସିକ ଅବସ୍ଥା ବିଷୟରେ ଜାଣିବ। ଏମିତିକି ଏହି ଡିଭାଇସ୍ 24 × 7 ପାରାମିଟର ଭାବେ ବ୍ୟକ୍ତିଙ୍କ ମେଣ୍ଟାଲ ହେଲ୍ଥ ଉପରେ ନଜର ରଖିବ। ଜରୁରୀକାଳୀନ ପରିସ୍ଥିତିରେ ଏହା ତୁରନ୍ତ ଆଲାର୍ମ ଦେବ। ଏହାକୁ ଏପରି ଭାବରେ ତିଆରି କରାଯାଇଛି ଯେ ଆଲାର୍ମ ବାଜିବା ଦ୍ଵାରା ଜରୁରୀକାଳୀନ ସହାୟତା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ମଧ୍ୟ ଏହା ଆଲାର୍ମ ପଠାଇଥାଏ ଏବଂ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ସୂଚନା ଦେଇଥାଏ ବୋଲି ଡାକ୍ତର କହିଛନ୍ତି।

ଡାକ୍ତର ବିଶ୍ୱରଞ୍ଜନ କହିଛନ୍ତି ଯେ ଏହି ଉପକରଣରେ ଅକ୍ସି ଆକ୍ସିଲେରୋମିଟର, ଆଲ୍ଟିମିଟର, ବାୟୋ ଇମ୍ପେଡାନ୍ସ ସେନ୍ସର, ଇସିଜି ସେନସର, ଅପ୍ଟିକାଲ ହାର୍ଟ ରେଟ ସେନସର, ପଲ୍ସ ଅକ୍ସିମିଟର, ଟେମ୍ପ୍ରେଚର୍ ସେନସର ଏବଂ ଇଲେକ୍ଟ୍ରୋକାର୍ଡିଓଗ୍ରାମ ବ୍ୟବହାର କରାଯାଇଥାଏ। ସେ କହିଛନ୍ତି ଯେ ଏହି ଡିଭାଇସ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଶରୀରର ଅବସ୍ଥା ଯେମିତିକି ହାର୍ଟ ରେଟ୍, ମୋଟାପଣ ବା ଶରୀରରେ କେତେ ମାତ୍ରାରେ ଚର୍ବି ରହିଛି ସବୁ ବିଷୟରେ କହିଥାଏ। ଏହା ସହିତ ମାନସିକ ଅବସ୍ଥା ବିଷୟରେ ମଧ୍ୟ ଏହି ଡିଭାଇସ ସୂଚନା ଦେଇଥାଏ।

ଏହା ପରେ ଯାଇ ଡିଭାଇସରେ ଥିବା ଡାଟାବେଶ୍ ଚିନ୍ତା ବା ଅଞ୍ଜାଇଟି ଦୂର କରିବା ପାଇଁ ସାହାଯ୍ୟ କରେ। ବ୍ୟକ୍ତି କେଉଁ ଗୀତ, ଜୋକ୍ ଶୁଣିବାକୁ ପସନ୍ଦ କରନ୍ତି ଓ କେଉଁପରି ଭିଡ଼ିଓ ଦେଖିବାକୁ ପସନ୍ଦ କରନ୍ତି ତାହା ମଧ୍ୟ ସେଥିରେ ସଂଯୋଗ ହୋଇଥାଏ। ଯାହାକି ସେ କହିବା ମାତ୍ରେ ପ୍ଲେ କରାଯାଇଥାଏ। ଏହା ଦ୍ବାରା ଚିନ୍ତାରେ ପୀଡ଼ିତ ଥିବା ବ୍ୟକ୍ତିଙ୍କର ଅଞ୍ଜାଇଟି ଦୂର ହୋଇଥାଏ।
ତେବେ କିଟ୍ ପ୍ରଫେସରଙ୍କ ଏହା ଏକ ନିଆରା ଉଦ୍ଭାବନ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.