ଆସିଲା Hero Electric Photon hx, ଶସ୍ତା EMIରେ ବୁକ୍‌ କରନ୍ତୁ ଏହି ଜବରଦସ୍ତ ମଡେଲ

ଭାରତରେ ଇଲେକ୍ଟ୍ରି ହ୍ଵିକିଲସ୍‌ ର ଭଲ ବିକ୍ରି ଚାଲିଛି। ଆଉ ଯଦି କଥା ଇଲେକଟ୍ରିକ ଗାଡ଼ିର ହେଉଛି ତେବେ ଏହି ସେଗମେଣ୍ଟରେ ଆଉ ଏକ ନୂଆ ମଡେଲ ଯୋଡ଼ି ହେବାକୁ ଯାଉଛି। ଏବେ ବଜାରରେ ହିରୋର ଇଲେକଟ୍ରିକ ଜଲଓ୍ଵା ଦେଖିବାକୁ ମିଳୁଛି। ମାର୍କେଟରେ ଏବେ ଇଲେକଟ୍ରିକ ଗାଡ଼ିର କ୍ରେଜ ଦେଖି ଲାଗୁଛି ଯେପରି ଚଳିତ ବର୍ଷ ୧୦ ଲକ୍ଷରୁ ଉପରୁ ଇଲେକଟ୍ରିକ ଗାଡ଼ି ବିକ୍ରି ହେବ। ଏହା ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ସୋସାଇଟି ଅଫ ମ୍ୟାନୁଫ୍ରାକଚର୍ସ ଅଫ ଇଲେକଟ୍ରିକ ହ୍ଵିକିଲ୍ସ।

ଏସଏମଇବି ମୁତାବିକ ଦେଶରେ ୨୦୨୧ ମସିହାରେ ଇଲେକଟ୍ରିକ ଟୁ-ହ୍ଵିକିଲ୍ସର ବିକ୍ରି ୨ ଗୁଣା ବଢ଼ି ୨ଲକ୍ଷ ୩୩ ହଜାର ୯୭୧ ହ୍ଵିକିଲ ହୋଇଛି। ଯଦି ଆପଣ ବି ଏହାର ଫାଇଦା ଉଠାଇବାକୁ ଚାହୁଁଛନ୍ତି ତେବେ ଶୀଘ୍ର ଏହି ସୁଯୋଗର ଲାଭ ଉଠାନ୍ତୁ। ଏବେ Hero Electric Photon hx ଡିଟେଲ୍ସ ସେୟାର କରୁଛୁ। ଏହା ସମ୍ପର୍କରେ ଜାଣନ୍ତୁ।

ହଜାର ଟଙ୍କାରୁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଅନେକ ଇଲେକଟ୍ରିକ ସ୍କୁଟର୍ସ ଲଞ୍ଚ କରାଯାଇଛି। ଯେଉଁଥିରେHero Electric Photon hx ସ୍କୁଟର ରହିଛି। ଏହାର ଦାମ ରହିଛି ୭୪ ହଜାର ୨୪୦ ଟଙ୍କା। Hero Electric Photon hxକୁ ପ୍ରଥମତଃ କିଣିବା ପାଇଁ ଇଏମଆଇ ଅପସନ ମଧ୍ୟ ରହିଛି। ଯଦି ଆପଣ ୫ ହଜାର ଟଙ୍କାର ଡାଉନପେମେଣ୍ଟ କରୁଛନ୍ତି ତେବେ ୨,୪୮୮ ଟଙ୍କା ସବୁ ମାସର ଇଏମଆଇ ଦେବାକୁ ପଡ଼ିବ । ଯାହା ୩୬ ମାସ ପର୍ଯ୍ୟନ୍ତ ଚାଲିବ।

ରେଞ୍ଜ କଥା ଧ୍ୟାନକୁ ଦେଲେ ହିରୋ ଇଲେକଟ୍ରିକ ସ୍କୁଟର ସିଙ୍ଗିଲ ଚାର୍ଜରେ ୧୦୮ କିଲୋମିଟର ଯିବ ।ଏହାକୂୁ ଫୁଲ ଚାର୍ଜ କରିବା ପରେ ଏହା ମୋଟ ୪ ରୁ ୫ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ। ଏହାକୁ ଟପ ସ୍ପିଡ ଘଣ୍ଟା ପ୍ରତି ୪୫ କିଲୋମିଟର ରହିଛି। କମ୍ପାନୀ ଏହି ଗାଡ଼ିରେ 72V/26Ah ଲିଥିୟମ ଆୟନ ବ୍ୟାଟେରୀ ପ୍ୟାକ ଦେଇଛି। ଯାହା ଗ୍ରାହକଙ୍କୁ ଅନେକ ମାତ୍ରାରେ ସୁବିଧା ଯୋଗାଇବ।

ଶେଷରେ ଏହା ଫିଚର୍ସ କଥା ଧ୍ୟାନକୁ ଦେଲେ ଜଣାପଡ଼ିଛି ଯେ ଏଥିରେ କମ୍ବାଇଡ ବ୍ରେକିଂ ସିଷ୍ଟମ ଦିଆଯାଇଛି। ଏହା ସହିତ ଇଲେକଟ୍ରିକ ସ୍କୁଟରରେ DRLs ହେଡଲ୍ୟାମ୍ପ, ଡିଜିଟାଲ ସ୍ପିଡମିଟର, ଡିଜିଟାଲ କ୍ଲର୍କ, ଫ୍ରଣ୍ଟ ଓ ରିୟରରେ ଡ୍ରମ ବ୍ରେକ ଦିଆଯାଇଛି। ଏହାସହିତ ହିରୋ ଇଲେକଟ୍ରିକ ଫଟୋନ ଏଚଏକ୍ସ ଇଲେକଟ୍ରିକ ସ୍କୁଟରରେ କମ୍ପାନୀ ୧୨ଶହ ଓ୍ଵାଟର ମୋଟର କନେକ୍ଟ କରିଛି।

Leave A Reply

Your email address will not be published.