ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଚାର

ଭଞ୍ଜନଗର (କେନ୍ୟୁଜ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ପ୍ରଥମେ ଦଦରାଲୁଣ୍ଡା ପଞ୍ଚାୟତରେ ନିର୍ବାଚନୀ ରାଲି କରି ୫୦ନଂ ଜୋନ୍ର ଜିଲ୍ଲା ପରିଷଦ ପ୍ରାର୍ଥୀ ଶୈଳବାଳା ବିଷୋୟୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ । ସେହିଭଳି ଦଦରାଲୁଣ୍ଡା ପଞ୍ଚାୟତର ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ନିବେଦନ କରିଥିଲେ । ପରେ ବ୍ରାହ୍ମଣପଦର ଗାଁରେ ପ୍ରଚାର ରାଲି କରିଥିଲେ ଡ. ସାମନ୍ତ। ଏହାପରେ ଗାଲେରୀ ପଞ୍ଚାୟତରେ ଡ. ସାମନ୍ତ ଓ ମନ୍ତ୍ରୀ ବିକ୍ରମ ଆରୁଖ ରାଲିରେ ପରିକ୍ରମା କରିବା ସହ ଆୟୋଜିତ ସଭାରେ ଯୋଗଦେଇ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ । କୁଲାଡ ଠାରେ ମଧ୍ୟ ନିର୍ବାଚନ ପ୍ରଚାର କରି ୫୧ନଂ ଜିଲ୍ଲାପରିଷଦ ଜୋନ୍ର ପ୍ରାର୍ଥୀଙ୍କ ପାଇଁ ଭୋଟ୍ ନିବେଦନ କରିଥିଲେ । ଭଞ୍ଜନଗର ବ୍ଳକର ୨୨ଟି ପଞ୍ଚାୟତ ଓ ୩ଟି ଜିଲ୍ଲାପରିଷଦ ଜୋନ୍ ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ହେବ । ଏଥିପାଇଁ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବାକୁ ମନ୍ତ୍ରୀ ବିକ୍ରମ ଆରୁଖ ଏବଂ ସାଂସଦ ଡ. ଅଚ୍ୟୁତ ସାମନ୍ତ ନିବେଦନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.