ମିକା ସିଂ କରିବେ ନିଜର ସ୍ୱୟଂମ୍ବର! ପ୍ରତିଯୋଗୀ ହୋଇ ପାରନ୍ତି ରାକ୍ଷୀ ସାଓ୍ଵନ୍ତ; ଖୁବ୍‌ ଜଲ୍‌ଦି ପ୍ରସାରିତ ହେବ ଶୋ’

ରିୟାଲିଟି ଶୋ’ ମାଧ୍ୟମରେ ଅନେକ ସେଲିବ୍ରିଟି ନିଜର ସ୍ୱୟଂମ୍ବର କରିବା ସହିତ ବିବାହ ମଧ୍ୟ କରିଛନ୍ତି। ପୂର୍ବରୁ ରାକ୍ଷୀ ସାୱନ୍ତ, ମଲ୍ଲିକା ଶେରାଓ୍ଵତ୍‌, ରତନ ରାଜପୁତ, ରାହୁଲ ମହାଜନଙ୍କ ସମେତ ଅନେକ ସେଲିବ୍ରିଟି ଜାତୀୟ ଟେଲିଭିଜନରେ ସ୍ୱୟଂମ୍ବର କରିଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡି ହେବାକୁ ଯାଉଛି। ଲୋକପ୍ରିୟ ଗାୟକ ମିକା ସିଂ ମଧ୍ୟ ରିୟାଲିଟି ଶୋ’ ମାଧ୍ୟମରେ ନିଜ ଲାଇଫ୍‌ ପାର୍ଟନରଙ୍କୁ ଖୋଜିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ମିକା ସିଂ ଜଣେ ଲୋକପ୍ରିୟ ଗାୟକ ଏବଂ ତାଙ୍କର ଅନେକ ଗୀତ ସୁପରହିଟ୍ ପ୍ରମାଣିତ ହୋଇଛି। ଖାସ୍‌ କରି ଯୁବଗୋଷ୍ଠୀ ମିକାଙ୍କୁ ବେଶ୍‌ ପସନ୍ଦ କରନ୍ତି। ତାଙ୍କ ନାମ ଅନେକ ଥର ବିବାଦ ସହ ମଧ୍ୟ ଯୋଡ଼ି ହୋଇଛି।

ଏମିତି ହେବ ଫର୍ମାଟ୍‌

ମିକା ସିଂଙ୍କର ଏହି ସ୍ୱୟଂମ୍ବର ବହୁତ ଆକର୍ଷଣୀୟ ହେବ। ରିପୋର୍ଟ ମୁତାବକ, ଶୋ’କୁ ନେଇ ପୂରା ପ୍ଲାନିଂ ହୋଇ ସାରିଛି। ଏହା ଏମିତି ଏକ ରିୟାଲିଟି ଶୋ’ ହେବ, ଯାହା ପାଖାପାଖି ସ୍ୱୟଂମ୍ବର ଭଳି ହିଁ ଲାଗିବ। ଶୋ’ର ଫର୍ମାଟକୁ ନେଇ ମଧ୍ୟ ସମ୍ପୂର୍ଣ୍ଣ ଯୋଜନା ହୋଇ ସାରିଛି। ଶୋ’ କିଛି ମାସ ପରେ ପ୍ରସାରିତ ହେବ ଏବଂ ଏଥିରେ ମିକା ସିଂ କେବଳ ନିର୍ବନ୍ଧ କରିବେ। ଏହାପରେ ସେ ତାଙ୍କ ବ୍ୟକ୍ତିଗତ ଜୀବନରେ ନିଷ୍ପତ୍ତି ନେବେ ଏବଂ ସମ୍ପର୍କକୁ ଆଗକୁ ବଢ଼ାଇବେ। ମିକା ସିଂ ଖୋଦ୍‌ ଏହି ଶୋ’ରେ ଭାଗ ନେବାକୁ ବହୁତ ଉତ୍ସାହିତ ରହିବେ।

କୁହାଯାଉଛି ଯେ କଣ୍ଟ୍ରୋଭର୍ସି କ୍ୱିନ୍‌ ରାକ୍ଷୀ ସାୱନ୍ତ ଏହି ଶୋ’ରେ ଜଣେ ଅଂଶଗ୍ରହଣକାରୀ ଭାବରେ ନଜର ଆସି ପାରନ୍ତି। କହି ରଖୁଛୁ, ମିକା ସିଂ ଓ ରାକ୍ଷୀ ସାୱନ୍ତଙ୍କ ମଧ୍ୟରେ ଲମ୍ବା ଝଗଡ଼ା ହୋଇଥିଲା। ଏକ ପାର୍ଟିରେ ମିକା ସିଂ, ରାକ୍ଷୀ ସାୱନ୍ତଙ୍କୁ ଜବରଦସ୍ତ କିସ୍‌ କରିଥିଲେ, ଯାହା ପରେ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଚାଲିଥିଲା। ଯଦିଓ ପରେ ଉଭୟେ ବିବାଦର ସମାଧାନ କରି ନେଇଥିଲେ। ଏବେ ଅନୁମାନ କରାଯାଉଛି ଯେ ରାକ୍ଷୀ ସାୱନ୍ତ ମଧ୍ୟ ମିକା ସିଂଙ୍କ ଶୋ’ର ଅଂଶ ହୋଇପାରନ୍ତି। ସେପଟେ ଦର୍ଶକ ବି ୪୪ ବର୍ଷୀୟ ମିକା ସିଂଙ୍କର ସ୍ୱୟଂମ୍ବର ଦେଖିବାକୁ ନିଶ୍ଚିତ ରୂପେ ଉତ୍ସାହିତ ରହିବେ ବୋଲି ପୂରା ଟିମ୍‌ ଆଶା ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.