ଭେଙ୍କଟେଶ ଆୟରଙ୍କ ପ୍ରାଇଭେଟ ପାର୍ଟରେ ବାଜିଲା ବଲ୍‌, ଯନ୍ତ୍ରଣାରେ ଛଟପଟ ହୋଇ ମଧ୍ୟ ଧରିଲେ କ୍ୟାଚ୍‌: ଦେଖନ୍ତୁ ଭିଡିଓ

ଟିମ୍‌ ଇଣ୍ଡିଆ ଧର୍ମଶାଳାରେ ତୃତୀୟ ଟି-୨୦ ମ୍ୟାଚ ଜିତିସାରିଛି। ୬ ଓ୍ଵିକେଟରେ ସିରିଜକୁ ୩-୦ରେ କ୍ଲିନ ସୁଇପ୍‌ କରିନେଇଛି। ଏହି ମ୍ୟାଚରେ ଭେଙ୍କଟେଶ ଆୟର ଗୁରୁତର ଭାବେ ଆହତ ହେବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମ୍ୟାଚ ବେଳେ ଫିଲ୍ଡିଂ କରୁଥିବା ସମୟରେ ଏକ କ୍ୟାଚ୍‌ ଧରୁଥିବା ସମୟରେ ବଲ୍‌ ପ୍ରାଇଭେଟ ପାର୍ଟରେ ବାଜିଥିଲା। ଏହା ପରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ମଧ୍ୟ କ୍ୟାଚ୍‌ ଛାଡିନଥିଲେ। ଏହି ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା। ଯାହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ଶ୍ରୀଲଙ୍କା ଟିମ୍‌ ବ୍ୟାଟିଂ କରୁଥିବା ସମୟରେ ଭେଙ୍କଟେଟ ଆୟର ପଏଣ୍ଟରେ ଫିଲ୍ଡିଂ କରୁଥିଲେ। ଟିମ୍‌ ଇଣ୍ଡିଆର ଦ୍ରୁତତମ ବୋଲର ହର୍ଷଲ ପଟେଲ ବୋଲିଂ କରିଥିଲା ପରେ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ଦିନେଶ ଚଣ୍ଡିମଲ ବ୍ୟାକଫୁଟକୁ ଯାଇ ଏକ ସର୍ଟ ଖେଳିଥିଲେ। ବଲ୍‌ ସିଧା ପଏଣ୍ଟରେ ଠିଆ ହୋଇଥିବା ଭେଙ୍କଟେଶ ଆୟରଙ୍କ ପ୍ରାଇଭେଟ ମାର୍ଟରେ ବାଜିଥିଲା। ଯନ୍ତ୍ରଣାରେ ଛଟପଟ ହୋଇ ମଧ୍ୟ କ୍ୟାଚ୍‌କୁ ଧରିଥିଲେ ଭେଙ୍କଟେଶ।

ଯନ୍ତ୍ରଣାରେ ଛଟପଟ ହୋଇ ଭେଙ୍କଟେଶ ତଳେ ବସିପଡିଥିଲେ। ଏହା ପରେ ସାଥି ଖେଳାଳି ଯାଇ ତାଙ୍କୁ ଶୁଭେଚ୍ଛା ଜଣାଇଲେ। କିନ୍ତୁ କଷ୍ଟ ସତ୍ତ୍ୱେ ମଧ୍ୟ ଭେଙ୍କଟେଶ ହସୁଥିବା ନଜର ଆସିଥିଲେ।