Lenovo ଲଞ୍ଚ କଲା ୧୪ ଇଞ୍ଚର ପୋର୍ଟେବଲ ମନିଟର, ଯାହାର ଓଜନ ମାତ୍ର ୬୦୦ ଗ୍ରାମ୍
Lenovo ଲଞ୍ଚ କରିଛି ସ୍ଲିମ ଏବଂ ଥିନ ମନିଟର। ଏହି ଲାପଟପ୍ର ନାମ ଥିଙ୍କ ଭିଜନ ଏମ ୧୪ ଡି ମୋବାଇଲ ମନିଟର ରହିଛି। ଏହାର ମନିଟିରର ଓଜନ ୬୦୦ ଗ୍ରାମ ରହିଛି। ୧୪ ଇଞ୍ଚର ୨କେ ମନିଟର ଦିଆଯାଇଛି। ଏହାକୁ ପ୍ରଫେସନାଲଙ୍କ ପାଇଁ ତିଆରି କରାଯାଇଛି। ଯେଉଁ ଲୋକଙ୍କର ପୋର୍ଟବେଲ ସ୍କ୍ରିନ ଦରକାର, ସେମାନଙ୍କ ପାଇଁ ଏହା ବହୁତ ଉପଯୋଗୀ। ଏହା ଥିଙ୍କ ଭିଜନ ଭିଜନ ଏମ ୧୪ଟିର ଅପଗ୍ରେଡ ଭାରିଏଣ୍ଟ।
ଦାମ୍: ଏହି ମନିଟରର ଦାମ୍ ୨୯୯ ଆମେରିକୀ ଡଲାର ଅର୍ଥାତ୍ ୨୨,୬୬୧ ଟଙ୍କା ରହିଛି। ଏହି ମନିଟର ବିକ୍ରି ପାଇଁ ଜୁଲାଇ ମାସରୁ ବଜାରରେ ଉପଲବ୍ଧ ହେବ।
ସେସ୍ପିଫିକେସନ: ଏହି ମନିଟରରେ ୧୪ ଇଞ୍ଚର ୨ ହଜାର ରିଜୋଲ୍ୟୁସନ ଯୁକ୍ତ ଅଣ୍ଟି ଗ୍ଲେଅର ଡିସପ୍ଲେ ଦିଆଯାଇଛି। ଏହା ଆଇପିଏସ୍ ଡବ୍ଲୁ ଏଲଇଡି ବ୍ୟାକ୍ଲିଟ ପ୍ୟାନେଲ। ଏହି ଡିସପ୍ଲେର ରିଫ୍ରେସ ରେଟ୍ ୬୦Hz ରହିଛି। ଏହାର ପିକ୍ ବ୍ରାଇଟନେସ ୩୦୦ ନିଟସ ଏବଂ ୧୫୦୦:୧ କନଟ୍ରାଷ୍ଟ ରେସିଓ ରହିଛି।
ଏହି ମନିଟରରେ ନ୍ୟାଚୁରାଲ ଲୋ ବ୍ଲୁ ଲାଇଟସ ଦିଆଯାଇଛି। ଯାହା ଆଖିକୁ ଆରାମ୍ ଦେବାର କାମ କରିଥାଏ । ଆଉ ଏହା ସାହାଯ୍ୟରେ ସ୍କ୍ରିନ ସାମ୍ନାରେ ଘଣ୍ଟା ଘଣ୍ଟା ଧରି ବସିପାରିବେ। ଏହାର ଓଜନ ୬୦୦ ଗ୍ରାମ ରହିଛି। ଆପଣ ଏହାକୁ କୌଣସି ସ୍ଥାନକୁ ଆରାମରେ ନେଇ ଆଣିପାରିବେ।
ଏଥିରେ ଏସୟୁବି ଟାଇପ୍ ସି ପୋର୍ଟ ରହିଛି। ଯାହାକୁ ବିଭିନ୍ନ ଭାବେ ବ୍ୟବହାର କରିପାରିବେ। ପୋର୍ଟ ସି ସାହାଯ୍ୟରେ ୬୫ ଓ୍ଵାଟର ପାଓ୍ଵାର ସପ୍ଲାଇ କରିପାରିବେ। ଯାହା ଚାର୍ଜିଂ ପାଇଁ ବ୍ୟବହାର କରିପାରିବେ।