ୟୁକ୍ରେନ-ରୁଷ ଯୁଦ୍ଧ ମଧ୍ୟରେ ଆପଲର ବଡ ନିଷ୍ପତ୍ତି, ଋଷରେ ବିକ୍ରି ହେବନି Apple ର କୌଣସି ପ୍ରଡକ୍ଟ
ଫେଡୋରୋଭ୍ ଆପଲ୍ ସିଇଓ ଟିମ୍ କୁକଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ସେ ଋଷରେ ଆପଲ ଷ୍ଟୋର ବ୍ୟାନ କରିବା ସହିତ ନିଜର ସାମଗ୍ରୀ ବନ୍ଦ କରିବା ପାଇଁ। ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରେ ଆପଲ୍ କହିଛି ଯେ ଋଷରେ ଏହାର ସମସ୍ତ ପ୍ରଡକ୍ଟ ବିକ୍ରି ବନ୍ଦ ହୋଇଯାଇଛି।
ଋଷିଆରେ ଏହାର ଉତ୍ପାଦର ବିକ୍ରୟ ବନ୍ଦ କରିବା ସହିତ ଆପଲ୍ ଏହାର ଆପ୍ ଷ୍ଟୋର୍ରୁ ମଧ୍ୟ ଋଷ ନ୍ୟୁଜ୍ ଆପ୍ RT ଓ ଏବଂ ସ୍ପୁଟନିକ୍ ଆପ୍ କୁ ହଟାଇ ଦେଇଛି। ଖବର ଅନୁଯାୟୀ କିଛିଦିନ ପୂର୍ବରୁ ଆପଲ୍ ଋଷିଆରେ, “ଆପଲ୍ ପେ” ସର୍ଭିସ ଉପରେ ମଧ୍ୟ ରୋକ୍ ଲଗାଇଥିଲା।
ଉପମୁଖ୍ୟମନ୍ତ୍ରୀ ଆପଲକୁ ପଠାଇଥିଲେ ଚିଠି:
ଖାଲି ସେତିକି ନୁହେଁ ଗତ ସପ୍ତାହରେ ୟୁକ୍ରେନର ଉପମୁଖ୍ୟମନ୍ତ୍ରୀ ମାୟଖାଇଲୋ ଫେଡୋରୋଭ ଆପଲକୁ ଏକ ଚିଠି ଲେଖିଥିଲେ ଯାହା ସେ ଟ୍ୱିଟରରେ ମଧ୍ୟ ସେୟାର କରିଛନ୍ତି। ଫେଡୋରୋଭ୍ ଆପଲ୍ ସିଇଓ ଟିମ୍ କୁକ୍ କୁ ଏକ ଚିଠି ଲେଖି ତାଙ୍କୁ ଋଷିଆରେ ଆପଲ୍ ଷ୍ଟୋର୍ ବ୍ୟାନ କରିବା ସହିତ ଏହାର ସବୁ ଉତ୍ପାଦର ଯୋଗାଣ ମଧ୍ୟ ବନ୍ଦ କରିବାକୁ କହିଥିଲେ।
ତେବେ ଏହାକୁ ନେଇ ଆପଲ୍ ମଧ୍ୟ ନିଜର ମନ୍ତବ୍ୟ ରଖିଥିଲା। ଉପମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତରରେ ଆପଲ୍ କହିଛି ଯେ ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରିଥିବାରୁ ଆପଲ ଏହାକୁ ନେଇ ଅତ୍ୟନ୍ତ ଦୁଃଖିତ ଏବଂ ଚିନ୍ତିତ। ଯେଉଁମାନେ ଏହି ହିଂସା ଭୋଗୁଛନ୍ତି ସେମାନଙ୍କ ସହିତ ଆପଲ୍ କମ୍ପାନୀ ସାଥ ଦେଉଛି। ଗତ ସପ୍ତାହରେ ଆପଲ୍ ପେ ଉପରେ ପ୍ରତିବନ୍ଧକ ଲଗାଇବା ପରେ, ଆଇଫୋନ୍ ଏବଂ ଅନ୍ୟାନ୍ୟ ଉତ୍ପାଦ ବିକ୍ରୟ ବନ୍ଦ କରିଛି ବୋଲି ଆପଲ୍ କହିଛି। ଆମେ ଋଷିଆ ପାଇଁ ଆମର ଅନ୍ୟ ସେବା ମଧ୍ୟ ବନ୍ଦ କରିଛୁ ବୋଲି ଆପଲ ୟୁକ୍ରେନ ଉପପ୍ରଧାମନ୍ତ୍ରୀଙ୍କୁ କହିଥିଲେ।
ଖାଲି ସେତିକି ନୁହେଁ ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଆମେରିକା ଋଷ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ସେହି ଉତ୍ପାଦଗୁଡ଼ିକ ଉପରେ ଆମେରିକା ମଧ୍ୟ ଏହି ପ୍ରତିବନ୍ଧକ ଲଗାଇଛି ଯାହାର ବ୍ରାଣ୍ଡ ଋଷର, କିନ୍ତୁ ଉତ୍ପାଦନ ଆମେରିକାରେ କରାଯାଏ। କୁହାଯାଉଛି ଏହି ପ୍ରତିବନ୍ଧକ ଆମେରିକୀୟ କମ୍ପାନୀଗୁଡିକ ପାଇଁ ବଡ କ୍ଷତି ଘଟାଇପାରେ।
ଆମେରିକାର ବାଣିଜ୍ୟ ଆଇନ ଅନୁଯାୟୀ ଆମେରିକା ଏହି ପ୍ରତିବନ୍ଧକ ଲଗାଇଛି। ଆମେରିକୀୟ କମ୍ପାନୀଗୁଡିକ ବର୍ତ୍ତମାନ କମ୍ପ୍ୟୁଟର, ସେନ୍ସର, ଲେଜର, ନାଭିଗେସନ୍ ଉପକରଣ ଏବଂ ଟେଲି ଯୋଗାଯୋଗ, ଏରୋସ୍ପେସ୍ ଏବଂ ସାମୁଦ୍ରିକ ଉପକରଣ ଋଷକୁ ବିକ୍ରି କରିବା ପାଇଁ ଲାଇସେନ୍ସ ପାଇବା ଦରକାର। ଏକ ରିପୋର୍ଟ ଅନୁଯାୟୀ କିଛି ବର୍ଷ ପୂର୍ବେ ଚାଇନାର କମ୍ପାନୀ ହୁଆୱେ ଉପରେ ମଧ୍ୟ ଆମେରିକା ସମାନ ପ୍ରତିବନ୍ଧକ ଲଗାଇଥିଲା, ଯାହା ପାଇଁ ହୁଆୱେକୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ତେବେ ବର୍ତ୍ତମାନ କହିବାକୁ ଗଲେ ଋଷ ଓ ୟୁକ୍ରେନ ଯୁଦ୍ଧ ପାଇଁ ଅନେକ କମ୍ପାନୀ ଗୁଡ଼ିକ କ୍ଷତି ସହିବ।