ଅଶୋଧିତ ତୈଳ ଦରରେ ରେକର୍ଡ: ୧୩ ବର୍ଷରେ ସର୍ବାଧିକ ! ବ୍ୟାରେଲ ପିଛା ପହଁଚିଲା ୧୩୦ ଡଲାର

ନୂଆଦିଲ୍ଲୀ: ତୈଳଦରରେ ରେକର୍ଡ । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୦ ଡଲାରରେ ପହଁଚିଲା । ଯାହାକି ୧୩ ବର୍ଷରେ ସର୍ବାଧିକ । ଜୁଲାଇ ୨୦୦୮ ପରଠାରୁ ଏହା ସର୍ବାଧିକ । ଆମେରିକାରେ ଅଶୋଧିତ ତୈଳଦର ୮ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଋଷର ୟୁକ୍ରେନ ଉପରେ ଆକ୍ରମଣର ପ୍ରଭାବ । ଋଷ ଉପରେ ତୈଳ ଓ ପ୍ରାକୃତିକ ଗ୍ୟାସ ଉପରେ ପ୍ରତିବନ୍ଧକ ଲଗାଯିବା କାରଣରୁ ବଜାରରେ ଏହାର ପ୍ରଭାବ ପଡ଼ିଛି । ଏବେ ଭାରତ ସମେତ ବିଭିନ୍ନ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦାମ ବଢ଼ିବାରେ ଲାଗିଛି।

ସୂଚନା ଥାଉକି, ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି ୟୁକ୍ରେନ ଉପରେ ଋଷର ଆକ୍ରମଣ।  ଋଷର ଆକ୍ରମଣ ହେତୁ ଚାରିଆଡେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ଋଷର ସୈନ୍ୟମାନେ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରି ସାମରିକ ବେସକୁ ନଷ୍ଟ କରୁଛନ୍ତି। ଯାହା ଫଲରେ ୟୁକ୍ରେନରେ ସଙ୍କଟ ସ୍ଥିତି ଦେଖାଦେଇଛି। ଏବେ ସେଠାରେ ବିନାଶର ସ୍ଥିତି ସୃଷ୍ଟି ହୋଇଛି। ଚାରିଆଡେ ମିସାଇଲ୍‌ ମାଡ଼ରେ ବଡ଼ ବଡ଼ କୋଠା ଧୁଳିସାତ୍‌ ହୋଇଯାଇଛି। ଏଭଳି ପରିସ୍ଥିତିରେ ଦେଶରେ ଖାଦ୍ୟ, ପାନୀୟର ଅଭାବ ଦେଖା ଦେଲାଣି।

Leave A Reply

Your email address will not be published.