Below header

ଅଧିକ ମାତ୍ରାରେ ଗ୍ରୀନ-ଟି ପିଇଲେ ହେବ ଏହି ଅସୁବିଧା, ନିଶ୍ଚିତ ସଜାଗ ରୁହନ୍ତୁ

ସାଧାରଣତଃ ଓଜନ ହ୍ରାସ ପାଇଁ ଅନେକ ଲୋକ ମହୁ ଓ ଲେମ୍ବ ପାଣି ପିଅନ୍ତି କିନ୍ତୁ ଅଧିକାଂଶ ଲୋକ ଏବେ ଗ୍ରୀନ୍ ଟି ପିଉଛନ୍ତି । ଅଧିକାଂଶ ଲୋକ ନିଜକୁ ଫିଟ୍‌ ରଖିବା ପାଇଁ ତଥା ମେଟାବଲିଜମ୍‌ ବଢ଼ାଇବା ପାଇଁ ଗ୍ରୀନ୍‌ ଟି ସେବନ କରିଥାନ୍ତି। ଗ୍ରୀନ୍ ଟି’ ଓଜନ କମାଇବା ସହିତ ଶରୀରର ଅନେକ ସମସ୍ୟା ଦୂର କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇଥାଏ । ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରେ ।

ଗ୍ରୀନ୍‌ ଟିରେ ଭରପୁର ମାଙ୍ଗାନିଜ୍‌, ଜିଙ୍କ୍‌, କ୍ରୋମିୟମ୍‌ ଓ ସେଲେନିୟମ୍‌ ସହ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ, ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। କିନ୍ତୁ ଗ୍ରୀନ୍‌ ଟି ପିଇବାର ସଠିକ୍‌ ତରିକା ଜଣାନଥିଲେ ଶରୀର ଉପରେ କୁପ୍ରଭାବ ପଡ଼ିପାରେ।

green tea

ଅନେକ ଲୋକ ଦିନକୁ ବହୁତ ଥର ଗ୍ରୀନ୍ ଟି ପିଅନ୍ତି । ଦିନକୁ ୩ କପରୁ ଅଧିକ ଗ୍ରୀନ୍ ଟି ପିଅନ୍ତୁ ନାହିଁ । ଏହାକୁ ଲଗାତାର ଅଧିକ ମାତ୍ରାରେ ପିିଇବା ଦ୍ୱାରା ଏହାର ଖରାପ ପ୍ରଭାବ ମଧ୍ୟ ଆମ ଶରୀର ଉପରେ ପଡ଼ିଥାଏ। ଯାହାକୁ ହୁଏତ ଏମାନେ ଜାଣିନଥିବେ। ଏହାକୁ ଅଧିକ ମାତ୍ରାରେ ପିଇବା ଦ୍ୱାରା ଶରୀରକୁ ଏହା କ୍ଷତି ପହଞ୍ଚାଇଥାଏ। ତେବେ ଜାଣନ୍ତୁ ଅଧିକ ଗ୍ରୀନ ଟି ପିଇବା ଦ୍ୱାରା ଆମ ଶରୀର ପାଇଁ କ’ଣ କ୍ଷତି ହୋଇଥାଏ:-

-ଦିନରେ ୨ ଥରରୁ ଅଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ମିଳିଥାଏ, କିନ୍ତୁ ଯଦି ଆପଣ ଗ୍ରୀନ୍ ଟି ଆବଶ୍ୟକତା ଠାରୁ ଅଧିକ ପିଉଥାନ୍ତି ତେବେ ଏହା ମାଇଗ୍ରେନ ହେବାର ଅବସ୍ଥା ସୃଷ୍ଟି କରିପାରେ । ଏହା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟା ଅଧିକ ବଢ଼ିଯାଏ।

-ଗ୍ରୀନ୍‌ ଟିର ସ୍ୱାଦ କଷା ଲାଗୁଥିବାରୁ ଏହାକୁ ପିଇ ହୁଏ ନାହିଁ। ଏଣୁ କିଛି ଲୋକ ଏଥିରେ ଚିନି ମିଶାଉଥିବା ବେଳେ ଆଉ କିଛି ମହୁ ପକାଇଥାନ୍ତି। କିନ୍ତୁ ଏହି ଦୁଇଟି ଜିନିଷ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଓଜନ କମ୍‌ କରିବାକୁ ଚାହୁଁଥିଲେ ଏହି ଦୁଇଟି ଦ୍ରବ୍ୟ ଆଦୌ ସେବନ କରନ୍ତୁ ନାହିଁ। କାରଣ ଏହା ଦ୍ୱାରା ଶରୀରରେ କ୍ୟାଲୋରୀର ପରିମାଣ ବୃଦ୍ଧି ପାଇଥାଏ। ଏଥିସହ ଗ୍ରୀନ୍‌ ଟିରେ କେବେ ବି କ୍ଷୀର ପକାଇ ପିଅନ୍ତୁ ନାହିଁ। ଏହା ଗ୍ରୀନ୍‌ ଟିର ଗୁଣବତ୍ତାକୁ କମାଇ ଦିଏ।

– ଗ୍ରୀନ୍ ଟି’କୁ ଅଧିକ ମାତ୍ରାରେ ପିଇବା ଦ୍ୱାରା ପେଟ ପୋଡା ଜଳା ହେବା ସହ, ଗ୍ୟାସ୍ ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଗ୍ରୀନ୍ ଟି’ରେ ଟେନିନ୍ ନାମକ ଏକ ଉପାଦାନ ରହିଛି। ଯାହା ଅଧିକ ମାତ୍ରାରେ ଖାଇଲେ ପେଟରେ ଏସିଡିଟୀ ସମସ୍ୟା ସୃଷ୍ଟି ହୋଇପାରେ।

-ଶରୀରର ହାଡ଼ରେ ଦୁର୍ବଳତା- ଗ୍ରୀନ ଟି’ ଅଧିକ ପିଇବା ଦ୍ୱାରା ବ୍ୟକ୍ତିର ହାଡ଼ ଦୁର୍ବଳ ହୋଇଯାଏ। ଗ୍ରୀନ୍ ଟିରେ ଥିବା ଯୌଗିକ କ୍ୟାଲସିୟମ୍ ଅବଶୋଷଣକୁ ହ୍ରାସ କରିପାରେ । ଯାହା ଦ୍ବାରା ଆପଣଙ୍କର ହାଡ ଉପରେ ପ୍ରଭାବ ପକାଇପାରେ।

– କଫିନ୍ ଦ୍ୱାରା ନିଦ ସହ ଜଡ଼ିତ ସମସ୍ୟା ହୋଇପାରେ । ଯଦିଓ ଗ୍ରୀନ୍ ଟି’ରେ ବହୁତ କମ୍ ପରିମାଣର କଫିନ୍ ଥାଏ, କିନ୍ତୁ ଯଦି ଆପଣ ଏହାକୁ ଅଧିକ ପରିମାଣରେ ଏହା ପିଉଛନ୍ତି। ତେବେ ଏହା ଦ୍ୱାରା ଆପଣଙ୍କ ଶୋଇବା ଉପରେ ଖରାପ ପ୍ରଭାବ ପକାଇପାରେ। ଏଥିରେ ମେଲାଟୋନିନ୍ ହରମୋନରେ ଅସନ୍ତୁଳିତ ହୋଇପାରେ, ଯାହାକି ଶୋଇବାରେ ବାଧା ସୃଷ୍ଟି କରିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.