ପଞ୍ଚାୟତ ନିର୍ବାଚନରେ ବିଜୟ ପ୍ରାର୍ଥୀଙ୍କୁ ମିଳିଲା ପରାଜୟର ଚିଠି, ପ୍ରତିବାଦରେ ପଞ୍ଚାୟତ ଅଫିସ ଆଗରେ ଧାରଣା

ସାଲେପୁର(କେନ୍ୟୁଜ୍):ପଞ୍ଚାୟତ ନିର୍ବାଚନରେ ବିଜୟୀ ପ୍ରାର୍ଥୀ ଭାବେ ଘୋଷଣା ହେଲା। କିନ୍ତୁ ପରେ ପରାଜୟ ହୋଇଥିବା ନେଇ ମିଳିଲା ଚିଠି। ପ୍ରତିବାଦରେ ପଞ୍ଚାୟତ ଅଫିସ ଆଗରେ ଧାରଣା। କଟକ ଜିଲ୍ଲା ସାଲେପୁର ବ୍ଲକ ଶିଶୁଆ ପଞ୍ଚାୟତରେ ଏହି ଘଟଣା ଘଟିଛି। ପଞ୍ଚାୟତର ୭ନମ୍ବର ୱାର୍ଡର ୱାର୍ଡମେମ୍ବର ପ୍ରାର୍ଥୀ ଜୟଦେବ ରାଉତ ୧୦୯ ଖଣ୍ଡ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ୱୀଙ୍କ ଠାରୁ ଜିତିଥିବା ନେଇ ଘୋଷଣା ହୋଇଥିଲା। କିନ୍ତୁ ପରେ ସେ ପରାସ୍ତ ହୋଇଥିବା ନେଇ ବ୍ଲକ ଅଫିସରୁ ଚିଠି ଆସିଥିଲା।

ପ୍ରତିବାଦରେ ଜୟଦେବ ଓ ତାଙ୍କ ସମର୍ଥକ ଆଜି ନାଏବ ସରପଞ୍ଚ ନିର୍ବାଚନ ନ କରାଇଦେବା ଓ ପୁନଃ ଭୋଟ ଗଣତି ଦାବିରେ ପଞ୍ଚାୟତ ଅଫିସ ସାମ୍ନାରେ ବହୁ ସମୟ ଧରି ଧାରଣାରେ ବସିରହିଥିଲେ। ପରେ ବିଡିିଓ, ତହସିଲଦାର ଓ ପୋଲିସ ଆସି ସେମାନଙ୍କ ସହ ଆଲୋଚନା କରି ବିବାଦର ସମାଧାନ ପାଇଁ ଲିଖିତ ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.