ବିଜୁଳି ମାରେ କାହିଁକି ? ପରେ ପରେ ହଠାତ ଘଡଘଡି କେମିତି ଆସେ ?

ବର୍ଷା ସମୟରେ ବିଜୁଳି ମାରିବା ଓ ଘଡଘଡି ମାରିବା ବହୁତ ହି ସାଧାରଣ କଥା । ଆପଣ ଦେଖିଥିବେ ପ୍ରଥମେ ଆକାଶରେ ଏକ ଲାଇଟ ଚମକେ ଆଉ ତାପରେ ଏକ ବଡ ଶବ୍ଦ ଆସିଥାଏ । ଯାହାକୁ ଆମେ ବିଜୁଳି ମାରିଲା ବୋଲି କହିଥାଉ ବା କେହି କେହି ଏହାକୁ ଘଡଘଡି ବି କହିଥାନ୍ତି । ତେବେ ଏହାକୁ ନେଇ କେବେ ଆପଣ ଭାବିଛନ୍ତି କି କାହିଁକି ଆକାଶରେ ଏ ବିଜୁଳି ଆସେ ଆଉ ତାପରେ ପରେ ହଠାତ ଘଡଘଡି କାହିଁକି । ଜାଣିବା ଏହା ପଛର ରହସ୍ୟ ।

କେମିତି ବିଜୁଳିର ସୃଷ୍ଟି । ବାଦଲ ଘସି ହେବା କାରଣରୁ ବିପରୀତ ଇଲେକ୍ଟ୍ରିକ ଚାର୍ଜ ସୃଷ୍ଟି ହୋଇଥାଏ । ଯେତେବେଳେ ଦୁଇ ବାଦଲ ମଧ୍ୟରେ ଡିସଚାର୍ଜ ହୁଏ ସେତେବେଳେ ବିଜୁଳି ସୃଷ୍ଟି ହୁଏ । ସେହି ସମୟରେ ବାଦଲରୁ ଜମି ଉପରକୁ ବିଜୁଳି ଖସେ । ଯାହା ଇଲେକ୍ଟ୍ରିକ ଚାର୍ଜର ବିନିମୟ କରେ । ଏହାପରେ ବଜ୍ରପାତ ମୋଘରୁ ଭୂମି ପର୍ଯ୍ୟନ୍ତ ପଡେ ।

ଉଭୟ ପଟୁ ବିଜୁଳିର ଗତି ତୀବ୍ର ଅଟେ । ଏହାର ଗତି ପ୍ରତି ସେକେଣ୍ଡରେ ପ୍ରାୟ ୧ଲକ୍ଷ କିଲୋମିଟର ବୋଲି ବିଶ୍ୱାସ କରାଯାଏ । ତାହା ହେଉଛି ପ୍ରକାଶ ବର୍ଷ ଠାରୁ ଟିକେ କମ । କିନ୍ତୁ ପ୍କୃତରେ ଏହା ବହୁତ ହି ଅଧିକ ଅଟେ ।

ଏହା ଘଟିବା ପରେ ବିଦ୍ୟୁତ ଲାଇନର ଚାରିପାଖରେ ଥିବା ବାୟୁ ଅଳ୍ପ ସମୟ ମଧ୍ୟରେ ୨୦ହଜାରୁ ୫୦ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଗରମ ହୋଇୟାଏ । ଏହା ଏତେ ଗରମ ହୋଇଯାଏ ଯେ ଏହା ବିସ୍ପୋରଣ ପରି ବିସ୍ତାର ହୁଏ । ପରେ ପରେ ଏହା ଏକ ଶକ୍ତିଶାଳୀ ଶବ୍ଦ ସୃଷ୍ଟିକରେ । ଯାହା ସବୁ ଦିଗକୁ ବ୍ୟାପିଥାଏ ।

ଏହି ତରଙ୍ଗ ଗୁଡିକ ଶବ୍ଦର କାରଣ । ଏହି ତରଙ୍ଗ ହି ଆମକୁ ଗର୍ଜିବା ଭଳି ଶୁଣାଯାଏ । ଏହି ଧ୍ୱନୀର ଗତି ପ୍ରତି ସେକେଣ୍ଟରେ ୩୪୦ମିଟର ଅଟେ । ଏବଂ ବଜ୍ରପାତ କେତେ ଅଧିକ ଓ କେତେ ଦୂର ହୋଇଛି ତାହା ମଧ୍ୟ ଭଲଭାବରେ ଜଣାପଡେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.