ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ଝିଅ ଆସିଫାଙ୍କ ସହ ଧକ୍କା ହେଲା ଡ୍ରୋନ୍

ପାକିସ୍ତାନର ପୂର୍ବତନ ବେନଜିର ଭୁଟ୍ଟୋଙ୍କ ଝିଅ ଆସିଫାଙ୍କ ସହ ଡ୍ରୋନ୍ ଦୁର୍ଘଟଣା ଘଟିଛି। ଏହା ପୁଣି ହଠାତ୍ ହୋଇଥିଲା, ଏହି ଦୁର୍ଘଟଣାରେ ଆସିଫା ସାମାନ୍ୟ ଆହତ ହୋଇଛନ୍ତି। ଭିଡିଓରେ ସେ କରତାଳି ଦେଉଥିବାର ନଜର ଆସିଛନ୍ତି ଏବଂ ହଠାତ୍ ଡ୍ରୋନ୍ ତାଙ୍କ ମୁହଁକୁ ଧକ୍କା ଦେଇଛି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରକ୍ ହୋଇଛି। ତେବେ ବେନଜିର ଭୁଟ୍ଟୋଙ୍କ ଝିଅ ଆସିଫା ଏବେ ପିପିପି ପାର୍ଟିର ନେତା ଅଛନ୍ତି। ଆସିଫା ଭୁଟ୍ଟୋଙ୍କ ମୁହଁରେ ଜୋରଦାର ଡ୍ରୋନ କ୍ୟାମେରା ମାଡ଼ ହୋଇ ସେ ଆଘାତ ହୋଇଥିବା ଜଣାପଡ଼ିଛି।

 


ସେ ଗତ ଶୁକ୍ରବାର ଦିନ ପଞ୍ଜାବର ଖାନୱାଲରେ ତାଙ୍କ ଦଳର ଏକ ‘ସରକାର ବିରୋଧୀ ରାଲି’ରେ ଉପସ୍ଥିତ ଥିଲେ। ଭିଡିଓରେ ଆସିଫା ତାଙ୍କ ଭାଇ ତଥା ପିପିପି ମୁଖ୍ୟ ବିଲାୱାଲ ଭୁଟ୍ଟୋ-ଜାରଦାରୀଙ୍କୁ ଠିଆ ହୋଇ କରତାଳି ମାରୁଥିବା ବେଳେ ତାଙ୍କ ସହ ଏପରି ଦୁର୍ଘଟଣା ଘଟିଛି। ଏହି ଧକ୍କା ହେତୁ ଆସିଫା ଭାରସାମ୍ୟ ହରାଇଲାପରେ ପଛକୁ ଚାଲିଯାଇଥିଲେ।
ନିକଟସ୍ଥ ଲୋକମାନେ ଡ୍ରୋନକୁ ବାହାର କରିଥିଲେ।

ଖବର ଅନୁଯାୟୀ ଏହି ଦୁର୍ଘଟଣାରେ ଆସିଫା ସାମାନ୍ୟ ଆହତ ହୋଇଛନ୍ତି। ଏହା ପରେ ବିଲାୱାଲ ଭୁଟ୍ଟୋଙ୍କ ସୁରକ୍ଷା କର୍ମୀ ଡ୍ରୋନ୍ ଅପରେଟରଙ୍କୁ ଗିରଫ କରିଛନ୍ତି। ତେବେ ଏହା ଦୁର୍ଘଟଣା କି ସୁଚିନ୍ତିତ ଷଡଯନ୍ତ୍ର ଯାହା ଜଣା ପଡିନାହିଁ।

ତେବେ ଆସିଫାଙ୍କ କପାଳରେ ସାମାନ୍ୟ ଆଘାତ ଲାଗିଛି ଏବଂ ତାଙ୍କ ହାତ ମଧ୍ୟ ଆଘାତ ଲାଗିଛି। ଆସିଫାଙ୍କ ଭଉଣୀ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ମୁଣ୍ଡରେ ଏକ ବ୍ୟାଣ୍ଡେଜ୍ ଲାଗିଥିବା ଦେଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.