Below header

ଥରେ ଏପରି ବନାନ୍ତୁ ଦମ୍‌ ଆଳୁ, ଟେଷ୍ଟ ଏପରି ବାରମ୍ବାର ଖାଇବାକୁ ମନ କରିବେ

ଆପଣଙ୍କ କିଚେନରେ ଯଦି ପରିବା ସରିଯାଇଛି। ତାହେଲେ ଆପଣ ଆଳୁରେ ଟେଷ୍ଟି ରେସିପି ବନାଇ ପାରିବେ। ଆଳୁ ଦମ୍‌ ଏମିତି ରେସିପି ରହିଛି, ଯାହା ଅଧିକାଂଶ ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ। ଆପଣ ଆଳୁ ଦମକୁ ରୁଟି କିମ୍ବା ପଲଉ ସହିତ ବି ଖାଇପାରିବେ। ଏହାକୁ ବନାଇବା ପାଇଁ ଅଧିକ ସମୟ ବି ଲାଗିନଥାଏ। ଏମିତିରେ ଆପଣ ଆଳୁ ଦମର ରେସିପି ବି ବନାଇ ପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି ପ୍ରସ୍ତୁତ କରିବେ।

ଦମ୍‌ ଆଳୁ ପାଇଁ ଆବଶ୍ୟକ ସାମଗ୍ରୀ

୧/୨ କିଲୋ ଆଳୁ
ତେଲ
ପାଣି
୧ ଚାମଚ ଲାଲ ଲଙ୍କା ପାଉଡର
୨ ୧/୨ ଚାମଚ ଗରମ ମସଲା
୨ ଚାମଚ ସୁଣ୍ଠି
୨ ଚାମଚ ଅଳେଇଚ
୨-୩ ଚାମଚ ଦହି ଲୁଣ

ପ୍ରସ୍ତୁତି ପ୍ରଣାଳୀ

ଆଳୁକୁ ମଝିରୁ ଦୁଇ ଖଣ୍ଡ କାଟି ତେଲରେ ଫ୍ରାଏ କରିନିଅନ୍ତୁ। ଏହା ଭଲଭାବେ ଭାଜି ହୋଇଗଲା ପରେ ପ୍ଲେଟକୁ କାଢ଼ି ରଖିଦିଅନ୍ତୁ। କଣ୍ଟା କିମ୍ବା ଟୁଥପିକ ଦ୍ୱାରା ଆଳୁକୁ ଛେଦ କରିଦିଅନ୍ତୁ। ଗୋଟିଏ ପାତ୍ରରେ ସମସ୍ତ ସୁଖିଲା ମସଲା ପକାଇ ଦିଅନ୍ତୁ। ପାଣି ପକାଇ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଏକ ପ୍ୟାନରେ ତେଲ ଗମ ଅଳେଇଚ ପକାଇ ଦିଅନ୍ତୁ। ଏଥିରେ ପେଷ୍ଟ ପକାଇ ଚାରି ରୁ ପାଞ୍ଚ ମିନିଟ ପାଇଁ ଚଲାନ୍ତୁ। ଏହାପରେ ଏଥିରେ ଆଳୁ ମିଶାଇ ଦିଅନ୍ତୁ। ଏହାସହିତ ଦହି ପକାଇ ଦିଅନ୍ତୁ। ପାଞ୍ଚ ମିନିଟ୍‌ ପାଇଁ ଏହାକୁ ଘୋଡାଇ ସିଝାନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଦମ୍‌ ଆଳୁ। ଏହାକୁ ଗରମା ଗରମ ସହିତ ସର୍ଭ କରନ୍ତୁ।

କୁକିଙ୍ଗ୍‌ ଟିପ୍ସ

  • ଆପଣ ଆଳୁ ଦମ୍‌ ଗ୍ରେଭୀକୁ ନିଜ ହିସାବରେ ବନାଇ ପାରିବେ। ଆପଣ କାଜୁ ପେଷ୍ଟରେ ମଧ୍ୟ ଆଳୁ ଦମ୍‌ ଗ୍ରେଭୀ ବନାଇ ପାରିବେ।
  • ଆଳୁ ଦମକୁ ଫ୍ରାଏ କରି ମଧ୍ୟ ତରକାରୀ ବନାଇ ପାରିବେ।
  • ଆଳୁ ଦମରେ ଗ୍ରେଭୀ ଗାଢ଼ ଏବଂ ଟେଷ୍ଟୀ କରିବା ପାଇଁ ଆପଣ ଏଥିରେ ପନୀର ମଧ୍ୟ ମ୍ୟାସ କରି ପକାଇ ପାରିବେ।
  • ଆପଣ ଏଥିରେ ଦହି ମଧ୍ୟ ପକାଇ ପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.