ଭ୍ରମ କାରକ ରାହୁ-କେତୁ ଓ କର୍ମ ଫଳଦାତା ଶନି ଦେବ କରୁଛନ୍ତି ରାଶି ପରିବର୍ତ୍ତନ, ଏହି ରାଶିମାନଙ୍କୁ ରହିବାକୁ ହେବ ସାବଧାନ

ଏପ୍ରିଲ ମାସରେ ଗ୍ରହମାନଙ୍କର ହେଉଛି ବଡ ପରିବର୍ତ୍ତନ | ଯାହାକି 12 ଟି ରାଶିକୁ ପ୍ରଭାବିତ କରିବେ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ଓ କେତୁ ପାପ ଗ୍ରହ | ଏମାନେ ବ୍ୟକ୍ତିକୁ ଭ୍ରମିତ କରିବାରେ ମାହିର | ସେହିପରି ଶନିଦେବ କର୍ମ ଫଳଦାୟକ ଗ୍ରହ ଅଟନ୍ତି | ଏହି ତିନି ଗ୍ରହ ରାଶି ପରିବର୍ତ୍ତନ କରୁଛନ୍ତି | ଫଳରେ ସବୁ ରାଶି ଙ୍କୁ ପ୍ରଭାବିତ କରିବେ | ତେବେ ଏହିସବୁ ରାଶିଙ୍କୁ ଅଧିକ ସର୍ତକ ହେବାକୁ ହେବ |

ରାହୁ-କେତୁ ଓ ଶନିଙ୍କ ରାଶି ପରିବର୍ତ୍ତନ :

ପଞ୍ଚାଙ୍ଗ ଅନୁସାରେ 2022 ଏପ୍ରିଲ 12 ତାରିଖରେ ରାହୁ-କେତୁ ରାଶି ପରିବର୍ତ୍ତନ କରିବେ | ଏବେ ରାହୁ ବୃଷ ରାଶି ଓ କେତୁ ବିଛା ରାଶିରେ ଅଛନ୍ତି | ଏପ୍ରିଲ 12 ତାରିଖରେ ରାହୁ ମେଷ ଓ କେତୁ ତୁଳା ରାଶିକୁ ପରିବର୍ତ୍ତନ କରିବେ | ସେହିପରି 29 ଏପ୍ରିଲକୁ ଶନି ମକର ରାଶିରୁ କୁମ୍ଭ ରାଶିକୁ ପରିବର୍ତ୍ତନ କରିବେ | ଫଳରେ ଏହିସବୁ ରାଶିମାନଙ୍କୁ ପଡିପାରେ ବଡ ଅସୁବିଧା | ଏହିସବୁ ରାଶିଙ୍କୁ ରହିବାକୁ ହେବ ସତର୍କ |

ମେଷ :

ଏହି ରାଶିର ଜାତକଙ୍କ ପାଇଁ ରାଶି ପରିବର୍ତ୍ତନ ସମସ୍ୟା ବଢାଇପାରେ | ଶତ୍ରୁଙ୍କ ଠାରୁ ସାବଧାନ ରହିବେ | ମନରେ ଭ୍ରମ ସୃଷ୍ଟି କରିବ | ଗୁରୁତ୍ୱପୂର୍ଣ୍ଣ କାମରେ ବୁଝି ବିଚାରି ନିଷ୍ପତି ନେବେ |

ତୁଳା :

କିଛି କାମରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ | ଜୀବନସାଥୀ ସମ୍ପର୍କ ପ୍ରଭାବିତ ହେବ | ମାନସିକ ଦୁଃଶ୍ଚିନ୍ତା ସୃଷ୍ଟି କରିବ | ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ | ବିଦେଶ ଭ୍ରମଣ କରି ପାରନ୍ତି |

କୁମ୍ଭ :

କୁମ୍ଭ ରାଶିର ସ୍ୱାମୀ ଶନିଦେବ ଚଳନ କରୁଥିବାରୁ କିଛି ବିଷୟରେ ଭଲ ହୋଇପାରେ | ପରିଶ୍ରମର ଫଳ ପାଇପାରନ୍ତି | କିଛି ନୂଆ କରିବାକୁ ଚାହୁଁଥିଲେ ସେଥିରେ କିଛି ସମସ୍ୟା ଦେଖାଦେଇପାରେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.