ବାଲେଶ୍ବର: ଡାଲିରେ ପଡିଯାଇଥିଲା ଫିନାଇଲ, ଖାଇବା ପରେ ୬ ଛାତ୍ରୀ ଗୁରୁତର

ବାଲେଶ୍ବର(କେନ୍ୟୁଜ): ବାଲେଶ୍ବର ଜିଲ୍ଲା ରୂପସାରେ ବିଷାକ୍ତ ଖାଦ୍ୟ ଖାଇ ୬ ଗୁରୁତର । ଗୁରୁତରଙ୍କୁ ପ୍ରଥମେ ରୂପସା  ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ବର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣା ଅନୁସାରେ ରୂପସା ଯୋଗେନ୍ଦ୍ର ଆଞ୍ଚଳିକ କଲେଜରେ ରହୁଥିବା ଛାତ୍ରୀ ମାନଙ୍କ ପାଇଁ ଅପରାହ୍ନରେ ଖାଦ୍ୟ ପ୍ରସ୍ତୁତି ହେଉଥିଲା । ଛାତ୍ରୀ ମାନେ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ଫଳରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।

 

ଡାଲିରେ ରୋଷେୟା ଭୁଲରେ ଫିନାଇଲ ପକେଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ୪ ଜଣ ଛାତ୍ରୀଙ୍କୁ ରୂପସା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଚାଲିଥିବା ବେଳେ୨ ଗୁରୁତରଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.