ବଜାରରୁ କିଣୁଥିବା ସେଓ ମିଠା ଓ ରସୁଆଳ କେମିତି ଜାଣିବେ ? ଆପଣାନ୍ତୁ ଏହି ଟିପ୍ସ
ବଜାରରୁ ଆପଣ ସେଓ ନିଶ୍ଚିତ କିଣିଥିବେ। ଆଉ ବେଳେ ବେଳେ ସେଓ ଭଲଦେଖି କିଣିଥିବା ସତ୍ତ୍ୱେମଧ୍ୟ ଖରାପ ପଡିଥାଏ। ଦୋକାନୀ ମଧ୍ୟ ଗ୍ରାହକଙ୍କୁ ମିଛ କହି ସେଓ ବିକ୍ରି କରିଦିଏ। ଆଉ ଆପଣ କିଣି ପରେ ଘରକୁ ଫେରିବା ପରେ ପଇସା ମଧ୍ୟ ବରବାଦ ହୁଏ ବୋଲି ଭାବନ୍ତି। କିନ୍ତୁ ଆପଣ ବଜାରରେ ମିଳୁଥିବା ସେଓ ମିଠା ଏବଂ ଭଲ ବୋଲି କେମିତି ଜାଣିବେ ? ଯାହା ଆପଣଙ୍କ ମୁଡ ହେଉ ଅବା ପକେଟ କାହା ଉପରେ ମଧ୍ୟ ପ୍ରଭାବ ପକାଇ ପାରିବ ନାହିଁ। ତେବେ ଜାଣନ୍ତୁ କେମିତି ଚିହ୍ନିବେ ଭଲ ସେଓ ?
– ବଜାରରେ ମିଳୁଥିବା ସେଓ କିଣିବା ବେଳେ ଏହା ଉପରେ ଲାଗିଥିବା ନାଲି ରଙ୍ଗର ଶିରା ଭଲଭାବେ ଚେକ୍ କରନ୍ତୁ। ଯଦି ଏହି ଧାରଗୁଡିକ ଭଲ ଭାବେ ନାଲି ରଙ୍ଗ ହୋଇଥାଏ, ତେବେ ଭାବିନେବେ ଏହା ମିଠା ସହିତ ବହୁତ ରସୁଆଳ ମଧ୍ୟ। ସେହିପରି ଯଦି ସେଓରେ ହାଲକା ହଳଦିଆ ରଙ୍ଗ ନଜର ଆସେ, ତେବେ ସେଓ ମିଠା ହୋଇଥାଏ କିନ୍ତୁ ଏଥିରେ କମ୍ ରସ ରହିଥାଏ।
– ସେଓ କିଣିବା ସମୟରେ ତାକୁ ହାଲକା ଭାବେ ଚିପି ବା ଦାବି ଚେକ୍ କରନ୍ତୁ। ଯଦି ସେଓ ନରମ ଲାଗେ ତେବେ ଜାଣିବେ ତାହାର ରସ ଆଉ ନାହିଁ।
– ଯଦି ସେଓକୁ ଡବାରେ ସଜାଇ ହୋଇ ରଖାଯାଇଥାଏ ଏବଂ ସେଥିରେ କଟୁ ଗନ୍ଧ ଆସୁଥାଏ, ତେବେ ସେଓ କିଣନ୍ତୁ ନାହିଁ।
– ପ୍ରାକୃତିକ ଉପାୟରେ ପାଚିଥିବା ସେଓ କିଣନ୍ତୁ। କୃତ୍ରିମ ଉପାୟରେ ପାଚିଥିବା ସେଓ ଖାଇବାକୁ ସ୍ୱାଦିଷ୍ଟ ହୋଇଥାଏ କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ।
– ଯଦି ସେଓ ଅର୍ଗାନିକ ହୋଇଥାଏ କିନ୍ତୁ କମ୍ ମିଠା ହୋଇଥାଏ, ତେବେ ଏହାକୁ ମଧ୍ୟ ଆପଣ କିଣିପାରିବେ।
ସେଓକୁ ଷ୍ଟୋରେଜ କରିବେ କେମିତି ?
ସେଓକୁ ସଠିକ ତାପମାତ୍ରାରେ ଭଲଭାବେ ସଂଗ୍ରହିତ କରି ରଖନ୍ତୁ। ଫ୍ରିଜରେ ଫ୍ରୁଟ ସେକ୍ସନ ଅଲଗା କରି ସେଓକୁ ଷ୍ଟୋର କରନ୍ତୁ। ସେଓକୁ ଟିସୁ ପେପରରେ ଭଲ ଭାବେ ଗୁଡାଇ ରଖିପାରିବେ।
ସେଓକୁ ପନିପରିବା କାଉଣ୍ଟର ଷ୍ଟୋରରେ ରଖନ୍ତୁ ନାହିଁ। ସେଓରୁ ଏଥିଲିନ ଗ୍ୟାସ ବାହାରିଥାଏ, ଯାହା ପନିପରିବାକୁ ନଷ୍ଟ କରିଦିଏ।