ସମ୍ବଲପୁର ସର୍ଲାକାନି ଛକରେ ଦୁର୍ଘଟଣାରେ ବରିଷ୍ଠ ଆଇନଜୀବୀଙ୍କ ମୃତ୍ୟୁ, ଟ୍ରକ୍ ଜାଳିଦେଲେ ଉତ୍ଯକ୍ତ ଲୋକେ

ସମ୍ବଲପୁର(କେନ୍ଯୁଜ୍): ଦୁର୍ଘଟଣା ପରେ ଟ୍ରକ ଜାଳିଦେଲେ ସ୍ଥାନୀୟ ଲୋକ । ସମ୍ବଲପୁର ସହର ସର୍ଲାକାନି ଛକରେ ଟ୍ରକ ଧକ୍କାରେ ବରିଷ୍ଠ ଆଇନଜୀବୀ ଉମେଶ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ଏହାର ପ୍ରତିବାଦରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଜାଳିଦେଇଛନ୍ତି ସ୍ଥାନୀୟ ଲୋକ ।

ଆଜି ସକାଳୁ ଉମେଶ ପ୍ରଧାନ ମର୍ଣ୍ଣିଂ ଓ୍ଵାକରେ ଯାଉଥିବା ସମୟରେ ପଛପଟୁ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାର ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ କରିବା ସହ ଟ୍ରକ ଜାଳିଦେଇଛନ୍ତି ସ୍ଥାନୀୟ ଲୋକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.