ନିଜ ପିଲା ଧରିବା ପରି କୁମ୍ଭୀରଟିକୁ କୋଳାଇ ଧରିଛନ୍ତି ଏହି ବ୍ୟକ୍ତି, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ସାଧାରଣତଃ କୁମ୍ଭୀରକୁ ଦେଖିଲେ ସାଧାରଣ ଲୋକଙ୍କ ଅବସ୍ଥା ସାଙ୍ଘାତିକ ହୋଇପଡେ । ତାର ତୀକ୍ଷ୍ଣ ଦାନ୍ତ ମଣିଷ ତ ମଣିଷ ଯେତେ ଖତରନାକ ଜୀବଜନ୍ତୁଙ୍କ ଅବସ୍ଥା ସାଙ୍ଘାତିକ କରିଦିଏ | କିନ୍ତୁ ଏବେକା ସମୟରେ ବିଭିନ୍ନ ସୋସିଆଲ ମିଡିଆରେ ଏକ ଏମିତି ଭିଡିଓ ଭାଇରଲ ହେବାରେ ଲାଗିଛି ଯାହା ଯେତେ ଅଦ୍ଭୁତ ସେତେ କୌତୁହଳପୂର୍ଣ୍ଣ ମଧ୍ୟ । ଭିଡିଓଟିକୁ ଦେଖିଲେ ଆପଣ ଜାଣିପାରିବେ ଜଣେ ବ୍ୟକ୍ତି କେମିତି ଏକ ବିଶାଳକାୟ କଳା ମଚ ମଚ କୁମ୍ଭୀରକୁ ନିଜ କୋଳରେ ଧରି ଉଠାଉଛନ୍ତି । ଛୋଟ ପିଲାଙ୍କୁ ଧରିବା ପରି କୁମ୍ଭୀର ଟିକୁ ଜାବୁଡି ଧରିଛନ୍ତି ବ୍ୟକ୍ତି ଜଣକ । ଆଉ ଏହି ଦୃଶ୍ୟର ଏକ ଭିଡିଓ ପ୍ରସ୍ତୁତ କରାଯାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରାଯିବା ସହିତ ଖୁବ କମ ସମୟ ମଧ୍ୟରେ ଖୁବ ଭାଇରାଲ ମଧ୍ୟ ହୋଇଛି । କିନ୍ତୁ ଯିଏ ବି ଏହି ଭିଡିଓ ଟିକୁ ଦେଖୁଛନ୍ତି ନିଜ ଆଖିକୁ ବିଶ୍ୱାସ କରିପାରୁନାହାନ୍ତି ।

 

କ୍ଲିପ ଟିକୁ ଅତି ପାଖରୁ ଦେଖିଲେ ଆପଣ ଜାଣିପାରିବେଯେ ଜଣେ ବ୍ୟକ୍ତି କିପରି ଏକ ବିଶାଳକାୟ କୁମ୍ଭୀରକୁ ଛୋଟ ପିଲାଙ୍କୁ ଧରିବା ପରି ନିଜ କୋଳରେ ଜାବୁଡି ଧରିଛନ୍ତି । ଆଉ ସବୁଠୁ ଅଶ୍ଚରାଜ୍ୟର କଥା ଏହି ସମୟରେ କୁମ୍ଭୀରର ପାଟିକୁ ବନ୍ଧାଯାଇନାହିଁ । ଆଉ ସେପଟେ କୁମ୍ଭୀରଟି ଛାଟିପିଟି ହେବାତ ଦୂରର ଆହୁରି ପାଖକୁ ପଖନ୍ତୁ ମାଡି ଆସୁଛି । ଏମିତି ଏକ ଦୃଶ୍ୟକୁ ଦେଖି ଲୋକ ମାନେ ବି ସେହିଠାରେ ଦଣ୍ଡେ ଠିଆ ହୋଇ ପଡୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.