ହାତୀ ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଥିବା ବନ କର୍ମଚାରୀଙ୍କ ମୃତ୍ୟୁ

ଢେଙ୍କାନାଳ(କେନ୍ଯୁଜ୍):ହାତୀ ଆକ୍ରମଣରେ ଚିକିତ୍ସିତ ହେଉଥିବା ବନ କର୍ମଚାରୀଙ୍କ ମୃତ୍ୟୁ । ଢେଙ୍କାନାଳରେ ଆହତ ଦନ୍ତା ଆକ୍ରମଣରେ ଏଲିଫ୍ୟାଣ୍ଟ ସ୍କ୍ଵାର୍ଡ ସଦସ୍ୟ ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଛି।

ଗତକାଲି ହାତୀକୁ ଦୂରରୁ ବନ୍ଧୁକ ଦ୍ୱାରା ଆଣ୍ଟିବାୟୋଟିକ୍‌ ଇଞ୍ଜେକ୍ସନ ଦେଉଥିବାବେଳେ ଆକ୍ରମଣର ଶିକାର ହୋଇଥିଲେ ବିଶ୍ୱରଞ୍ଜନ । ତାଙ୍କୁ ପ୍ରଥମେ ଢେଙ୍କାନାଳ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଛି।

ଏବେ ଢେଙ୍କାନାଳ ସଦର ରେଞ୍ଜ ଗହମଖୁଣ୍ଟତି ନିକଟରେ ବୁଲୁଛି ଦନ୍ତା । ହାତୀ ଗୋଡରେ ଗଭୀର କ୍ଷତ ଲାଗିଥିବାରୁ ବନ୍ଧୁକ ଦ୍ୱାରା ଇଞ୍ଜେକ୍ସନ ଦିଆଯାଇ ଚିକିତ୍ସା କରାଯାଉଛି । ସେଥିରେ ସୁଫଳ ନମିଳିଲେ ଟ୍ରାଙ୍କୁଲାଇଜ କରାଯିବ ବୋଲି କହିଛନ୍ତି ଢେଙ୍କାନାଳ ଡିଏଫଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.