ଜମ୍ମୁକଶ୍ମୀରରେ ସେନାକୁ ବଡ଼ ସଫଳତା: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କୀ, ଜଣଙ୍କୁ କରାଯାଇଛି କାବୁ

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ସେନାକୁ ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କୀ । ଏଥିସହ ଜଣେ ଆତଙ୍କବାଦୀକୁ କାବୁ କରାଯାଇଛି । ଗାନ୍ଦେରବଲ, ପୁଲୱାମା ଓ ହାଣ୍ଡୱାରାରେ ଚାଲିଥିବା ଏନକାଉଣ୍ଟରେ ୪ ଜଣ ଆତଙ୍କୀ ନିହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

କାଶ୍ମୀର ଆଇଜିପି କୁମାରଙ୍କ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏକାଧିକ ସ୍ଥାନରେ ଏନକାଉଣ୍ଟର ହୋଇଥିଲା । ପୁଲୱାମାରେ ଜୈଶର ୨ ଜଣ, ଗାନ୍ଦେରବଲରେ ଲସ୍କର ଜଣେ ଓ ହାଣ୍ଡୱାରାରେ ମଧ୍ୟ ଜଣେ ଆତଙ୍କୀ ନିହତ ହୋଇଛି । ହାଣ୍ଡୱାରା ଓ ପୁଲୱାମାରେ ଏନକାଉଣ୍ଟର ଶେଷ ହୋଇଛି ।

ଶୁକ୍ରବାର ବିଳମ୍ବିତ ରାତିରେ କଶ୍ମୀରର ଏକାଧିକ ସ୍ଥାନରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ପୋଲିସ ଓ ସେନା ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା । ସର୍ଚ୍ଚ ଅପରେସନ ବେଳେ ୩ଟି ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.