ନିର୍ବାଚନ ପରବର୍ତ୍ତୀ ଆକ୍ରୋଶରୁ ହତ୍ୟାକାଣ୍ଡ, ୨୧ ଜଣ ଥାନାରେ ଅଟକ

ଭଞ୍ଜନଗର(କେନ୍ଯୁଜ୍): ନିର୍ବାଚନ ପରବର୍ତ୍ତୀ ଆକ୍ରୋଶରୁ ହତ୍ୟାକାଣ୍ଡ ଅଭିଯୋଗ । ଏନେଇ ୨୧ ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କେନ୍ଦୁପଦର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରେ ଜଣକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ୩ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ କେନ୍ଦୁପଦର ଗାଁର ବୁଲୁ ସ୍ୱାଇଁ ପଞ୍ଚାୟତ ର୍ନିବାଚନରେ ଓ୍ଵାର୍ଡ ସଭ୍ୟ ପାଇଁ ପ୍ରାର୍ଥୀ ଥିଲେ । ୩ ଆହତଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଗଞ୍ଜାମ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ, ଭଞ୍ଜନଗର ଏସଡିପିଓ, ଗାଙ୍ଗପୁର ଓ ବୁଗୁଡ଼ା ଥାନାଧିକାରୀ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି ।

Leave A Reply

Your email address will not be published.