ବାଙ୍କୀ ପୌର ନିର୍ବାଚନ ମଇଦାନରେ ୨ ସାମ୍ବାଦିକ, ଲାଗି ପଡିଛନ୍ତି ଜୋରଦାର ପ୍ରଚାରରେ

ବାଙ୍କୀ(କେନ୍ଯୁଜ୍): କଟକ ଜିଲ୍ଲା ବାଙ୍କୀ ପୌର ନିର୍ବାଚନରେ ପ୍ରାର୍ଥି ହୋଇଛନ୍ତି ଦୁଇ ସାମ୍ବାଦିକ । ନାମାଙ୍କନ ପତ୍ର ଦାଖଲ କରିବା ସାରିବା ପରେ ଚୂଡାନ୍ତ ତାଲିକା ପରେ ଏବେ ଜୋରସୋରରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବାଙ୍କୀ ଏନଏସିର ପ୍ରମୁଖ ସମସ୍ୟାକୁ ଖବରକାଗଜ ମାଧ୍ୟମରେ ପ୍ରଶାସନ ନିକଟରେ ପହଞ୍ଚାଇଥିଲେ ।

ତେବେ ସମସ୍ୟାର ସମାଧାନ ପାଇଁ କାଉନସିଲର ପ୍ରାର୍ଥୀ ହୋଇଛନ୍ତି । ୧୧ ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା,ପିଇବାପାଣି ଆଦି ସମସ୍ୟା ଲାଗି ରହିଛି। କାଉନସିଲର ଭାବେ ନିର୍ବାଚିତ ହେଲେ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ୨ ପ୍ରାର୍ଥି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.