କାକଟପୁର ବାସିନୀ ମାଆ ମଙ୍ଗଳାଙ୍କ ଝାମୁ ଯାତ୍ରାରେ କାଳିକା ନୃତ୍ୟ ପରିବେଷଣ

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ମଙ୍ଗଳା| ଓଡିଶାରେ ରହିଥିବା ବିର୍ଭିଣ୍ଣ ଶକ୍ତିପୀଠ ମଧ୍ୟରୁ କାକଟପୁର ର ମା ମଙ୍ଗଳାଙ୍କ ଶାକ୍ତିପୀଠ ହେଉଛି ପ୍ରମୁଖ ଶକ୍ତିପୀଠ ମା’ ମଙ୍ଗଳା କାହିଁ କେଉଁ ଆବହମାନ କାଳରୁ କାକଟପୁରରେ ଅଧିଷ୍ଠିତ ହୋଇ ଆସୁଛନ୍ତି | ନୃସିଂହ ପୁରାଣ ମତ ଅନୁଯାଇ ମା’ ମଙ୍ଗଳା ହେଉଛନ୍ତି ଆଦିମାତା ଏବଂ ମାମଙ୍ଗଳାଙ୍କ ଦ୍‌ାରା ହିଁ ସୃଷ୍ଟିର ସର୍ଜନା କରାଯାଇଛି | ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି ସହ ମା’ ମଙ୍ଗଳା ମନ୍ଦିର ଜଡିତ ହୋଇରହିଛି | ମଙ୍ଗଳା ମନ୍ଦିରରେ ଶ୍ରୀକ୍ଷେତ୍ର ପରି ବାରମାଷରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ | ସେଥିମଧ୍ୟରୁ ମା ମଙ୍ଗଳାଙ୍କ ଚୈତ୍ର ମାସର ଝାମୁଜାତ୍ରା ହେଉଛି ପ୍ରମୁଖ ପର୍ବ | ଏହି ଝାମୁଜାତ୍ରାର ଅନନ୍ଯ ପରମ୍ପରା ହେଉଛି ମଙ୍ଗଳାଙ୍କ କାଳିକା ନୃତ୍ୟ | ଏହି ନୃତ୍ୟ ମା’ ମଙ୍ଗଳାଙ୍କ ଝାମୁଜାତ୍ରାର ପରମ୍ପରା ସହିତ ଜଡିତ |

କିମ୍ବଦନ୍ତୀ ଅନୁଯାଇ ମା’ ମଙ୍ଗଳା ଝାମୁଜାତ୍ରାର ଶେଷପାଳି ମଙ୍ଗଳବାର ଦିନ ପ୍ରାଚୀ ନଦୀରୁ ଉଧାର ହୋଇଥିଲେ | ସେହି ପରମ୍ପରା ଅନୁଯାଇ ଚୈତ୍ର ମାସ ରେ ପାଳନ କରାଯାଇଥାଏ। ଝାମୁଜାତ୍ରା | ଏହି ଯାତ୍ରାରେ ଅନେକ ପରମ୍ପରା ଯୋଡିହୋଇ ରହିଥିବା ବେଳେ ସେଥିମଧ୍ୟରୁ ଅନନ୍ଯ ପରମ୍ପରା ହେଉଛି କାଳିକା ନୃତ୍ୟ | ମା’ ମଙ୍ଗଳା ହେଉଛନ୍ତି ପରମ ବୈଷ୍ଣବୀ | ମା’ ଙ୍କୁ ବନଦୂର୍ଗା ମନ୍ତ୍ରରେ ପଞ୍ଚମ ଉପଚାରରେ ପୂଜାର୍ଚନା କରାଯାଇଥାଏ | ଏହି ଝାମୁଜାତ୍ରା ସହିତ ମାଙ୍କର ଅନେକ ପରମ୍ପରା ଯୋଡିହୋଇ ରହିଛି | ସେଥିମଧ୍ୟରୁ କାଲିକା ନୃତ୍ୟ ହେଉଛି ଅନ୍ୟତମ ପରମ୍ପରା |

ପୌରଣିକ ମତ ଅନୁଯାଇ ମା’ ଦୂର୍ଗା ମହିଷାସୁରକୁ ନିଧନ କରିବା ପାଇଁ ଦେବତାମାନଙ୍କ ଯଜ୍ଞକୁଣ୍ଡରୁ ଜାତ ହୋଇଥିଲେ | ଦେବତାମାନଙ୍କ ଶକ୍ତିପାଇ ମା’ ମହିଷାସୁରର ରାକ୍ଷଶ ସେନା ସହିତ ଯୁଧ୍ୟ କରିବା ସହିତ ମହିଷାସୁରର ସେନାପତି ରକ୍ତବୀର୍ଯ୍ଯ ସହିତ ଯୁଧ୍ୟ କରୁଥିଲେ ଏବଂ ରକ୍ତବୀର୍ଯ୍ଯକୁ ନିଧନ କରିବା ସମୟରେ ରକ୍ତର୍ବିଜ୍ଯର ରକ୍ତ ଭୂମିରେ ପଡିବା ପରେ ପୁଣି ରକ୍ତବୀର୍ଯ୍ଯ ଜୀବିତ ହେଇଯାଉଥିଲା | ମା ଦୂର୍ଗା ବିବ୍ରତ ହୋଇ ନିଜଶରୀରରୁ ମା’ କାଳିକାଙ୍କୁ ସୃଷ୍ଟି କରିଥିଲେ ଏବଂ ତାଙ୍କୁ ନିର୍ଦେଶ ଦେଇଥିଲେ ଯେ ରକ୍ତବୀର୍ଯ୍ଯକୁ ନିଧନ କରିବା ସମୟରେ ତା’ର କୌଣସି ରକ୍ତବିନ୍ଦୁ ଯେପରି ଭୂମିରେ ନପଡେ |

ଏହାପରେ ମା ଦୂର୍ଗା ରକ୍ତବୀର୍ଯ୍ଯକୁ ତ୍ରିଶୂଳରେ ନିଧନ କରିଥିଲେ| ଏହିସମୟରେ ମା କାଳିକା ରକ୍ତବୀର୍ଯ୍ଯର ସମସ୍ତ ରକ୍ତକୁ ନିଜ ଜିହ୍‌ାରେ ଅସ୍‌ାଦନ କରି ଟିକେ ବି ରକ୍ତକୁ ଭୂମିରେ ପକାଇବାକୁ ଦେଇ ନଥିଲେ | ଏହାଦ୍ଵାରା ରକ୍ତବୀର୍ଯ୍ଯର ନିଧନ ହୋଇଥିଲା | ସେହି ପ୍ରଥା ଅନୁଯାଇ ମା’ ମଙ୍ଗଳା ହେଉଛନ୍ତି ମା’ ଦୂର୍ଗାଙ୍କ ସ୍‌ୱରୂପ ତେଣୁ ମଙ୍ଗଳାଙ୍କ ଝାମୁଜାତ୍ରା ସମୟରେ ମଙ୍ଗଳା ପୀଠରେ ତୃତୀୟ ପାଳି ଝାମୁଜାତ୍ରା ଠାରୁ କାଲିକା ନୃତ୍ୟର ପ୍ରଦର୍ଶନ କରାଯାଏ।

ମଙ୍ଗଳବାର ଠାରୁ ପଞ୍ଚମ ପାଳି ମଙ୍ଗଳବାର ପର୍ଯ୍ଯନ୍ତ କାଳିକା ନୃତ୍ୟ ଆରମ୍ଭ ହୋଇଥାଏ | ମା ମଙ୍ଗଳାଙ୍କ ଜଣେ ମାଳୀ ସେବକ ଏହି କାଳିକା ନୃତ୍ୟ ପରିବେଷଣ କରିଥାନ୍ତି | ଏହି ସେବକ ଜଣକ ଚୈତ୍ର ମାଷ ଆରମ୍ଭରୁ ନିଷ୍ଠାର ସହିତ ଦିନକୁ ଗୋଟିଏ ଥର ଭୋଜନ କରିଥାନ୍ତି | ତୃତୀୟ ମଙ୍ଗଳ ବାର ପ୍ରାତଃ ସମୟରୁ ଉଠି ନିତ୍ୟକ୍ରମ ସାରି ମା ମଙ୍ଗଳାଙ୍କୁ ଆବାହନ ପୂର୍ବକ ଧ୍ୟାନ କରିଥାନ୍ତି | ରାତ୍ରର ପ୍ରଥମ ପ୍ରହରରେ ମନ୍ଦିର ଆସି ମାଙ୍କୁ ଦର୍ଶନ କରିଥାନ୍ତି ଏବଂ ସେଠାରୁ ମଙ୍ଗଳା ମନ୍ଦିରର ପୂର୍ବଦିଗରେ ରହିଥିବା ସ୍‌ତନ୍ତ୍ର ଗୋରଡାଗୃହ କୁ ଯାଇଥାନ୍ତି | ସେଠାରେ ସେବାୟତ ମାନଙ୍କ ଦ୍‌ାରା ତାଙ୍କୁ କାଳିକା ବେଶରେ ସଜାଇ ଦିଆଯାଇଥାଏ | ମଙ୍ଗଳାଙ୍କ ରାତ୍ରଧୂପ ପୂର୍ବରୁ ମାଙ୍କୁ ସ୍ନାନ ମାର୍ଜନା କରାଯିବା ପରେ ରାତ୍ର ୧୧ ଟା ସମୟରେ ଗୋରଡା ଘରୁ କାଳିକା ମନ୍ଦିର ଅଭିମୁଖେ ବାହାରିଥାଏ | ଗୋରଡା ଘରୁ କାକଟପୁର ଗାଁ ଦାଣ୍ଡରେ ଢୋଲ ,ମହୁରି ,ଘଣ୍ଟର ତଳେ ତାଳେ କାଳିକା ନାଚି ନାଚି ଆସିଥାଏ |

ଏହିସମୟରେ ପାରମ୍ପରିକ ମଶାଲ ଜଳିବା ସହିତ ଜଣେ ସେବାୟତ ଏକ ବେତକୁ କାଳିକା ପଛରେ ଧରି ରହିଥାନ୍ତି | କାଳିକା ମନ୍ଦିର ବେଢା ଭିତରେ ପ୍ରଥମେ ଗୋଟିଏ ଥର ପରିକ୍ରମା କରିଥାଏ ଏହାପରେ ମନ୍ଦିର ଭିତରକୁ ଯାଇଥାନ୍ତି | ମନ୍ଦିର ଭିତରେ ମା ମଙ୍ଗଳାଙ୍କ ପାଖରୁ ଆଜ୍ଞାମାଳ ପ୍ରାପ୍ତକରିବା ପରେ ମଙ୍ଗଳାଙ୍କ ପାଖରୁ ଏକ ଖଣ୍ଡାକୁ କାଳିକାକୁ ପ୍ରଦାନ କରାଯାଇଥାଏ | ମାଙ୍କ ଖଣ୍ଡା ପ୍ରାପ୍ତ ହୋଇସାରିବା ପରେ କାଲିକା ଦେହରେ ମା ମଙ୍ଗଳାଙ୍କ ଏକ ଶକ୍ତି ପ୍ରବେଶ କରିଥାଏ |

ଏହାପରେ କାଲିକା ମନ୍ଦିର ବାହାରକୁ ଆସି ମନ୍ଦିର ଚତୃପାର୍ଶକୁ ଦୁଇଥର ପରିକ୍ରମା କରିଥାଏ | ଏହି ପରିକ୍ରମା ସମୟରେ ଘଣ୍ଟ ର ତାଳେ ତାଳେ କାଳିକା ନୃତ୍ୟ କରିଥାଏ | ନୃତ୍ୟ କରିବା ସମୟରେ କାଳିକା ଖଣ୍ଡା ବୁଲାଇ ଥାଏ | ଏହି ଦୃଶ୍ଯ ଦେଖିବା ପାଇଁ ମନ୍ଦିର ବେଢା ରେ ଶହ ଶହ ଶ୍ରଦ୍ଧାଳୁ ଏବଂ ଅନେକ ସାଧୁ ସନ୍ଥ ରୁଣ୍ଡ ହୋଇଥାନ୍ତି | ମା କାଳି ମଙ୍ଗଳାଙ୍କ ସ୍‌ୱରୂପ ଭାବରେ ଉଭା ହୋଇଥିବା ଯୋଗୁଁ ଏହି କାଳିକା ମଧ୍ୟରାତ୍ରି ରେ ବାହାରିଥାନ୍ତି | କାଳିକାଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନେ ବିଳମ୍ବିତ ରାତ୍ରି ପର୍ଯ୍ଯନ୍ତ ଅପେକ୍ଷା କରି ରହିଥାନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.