କାନ କାଟି ନେଉଛନ୍ତି ଋଷର ଏହି ଭୟଙ୍କର ସେନା, ଆଗକୁ ଆକ୍ରମଣର ଯୋଜନା !

ଚାଲିଛି ଆକ୍ରମଣ ଓ ପ୍ରତି ଆକ୍ରମଣ । ଦୁଇ ଦେଶ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ସହ କେହିବି ହାର ମାନିବାକୁ ନାରାଜ । କେହି ବି ଅସ୍ତ୍ର ଛାଡିବାକୁ ନାରାଜ । ଏ ଯୁଦ୍ଧ ଏଭଳି ଚାଲିଛି ଯେ ଦୁଇ ଦେଶର ବର୍ବାଦୀ ଭଲଭାବରେ ନଜର ଆସୁଛି । ଏଯାଏଁ କୌଣସି ନିଷ୍କର୍ସ ସାମନାକୁ ଆସୁନି । ଏହା ଭିତରେ ଖବର ଆସିଛି କି ଋଷ ତାର ଭୟଙ୍କର ସେନାଙ୍କୁ ୟୁକ୍ରେନକୁ ପଠାଇଛି । କାହିଁକି ଏମାନଙ୍କୁ ଭୟଙ୍କର କୁହାଯାଉଛି ଜାଣନ୍ତୁ ।

ଋଷ ଏବେ ଯେଉଁ ସୌନିକମାନଙ୍କୁ ୟୁକ୍ରେନରେ ମୂତୟନ କରିଛି । ସେମାନେ ଏବେ ଅଧିକ ଭୟାନକ ପରିସ୍ଥିତି ସୃଷ୍ଟି କରୁଛନ୍ତି । କାହିଁକି ନା ଏହି ଋଷ ସୈନିକ ମୃତ୍ୟୁ ହୋଇଥିବା ୟୁକ୍ରେନ ସୈନିକଙ୍କ କାନ କାଟିବାର ନଜର ଆସିଛନ୍ତି । କୁହାଯାଉଚି କି ଋଷ ଏହି ଭୟଙ୍କର ସୈନିକଙ୍କୁ ଭଡାରେ ଆଣିଛି । ଏମିତି ବି କୁହାଯାଉଚି କି ଋଷର ଏହି ସୈନିକ ଶତ୍ରୁଙ୍କ କାନକାଟି ନିଜ ପାଖରେ ନିଜର କୌଣସି ଜିନିଷ ପରି ରଖିଥାନ୍ତି ।

ଋଷର ଏହି ଭୟଙ୍କର ସୈନିକଙ୍କ ଗ୍ରୁପର ନାମ ରସିଚ ଅଟେ । ଆଉ ଏମାନଙ୍କୁ ଋଷର ଖାର୍କିଭ ନିକଟବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଛି । ଯେଉଁଠାରେ ପରବର୍ତ୍ତୀ ସମୟରେ ଏହିସୈନିକମାନେ ୟୁକ୍ରେନ ଉପରେ ଆକ୍ରମଣ କରିପାରନ୍ତି । ୟୁକ୍ରେନର ମଧ୍ୟ କହିବା କଥା କି ଋଷ ପୁଣିଥରେ ନୂଆ ତରିକାରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତି କରୁଛି ।

ରିପୋର୍ଟ ହିସାବରେ ରସିଚର ଆରମ୍ଭ ୨୦୧୪ରେ ସେଣ୍ଟ ପିଟର୍ସବର୍ଗରେ ଅଲେକ୍ସି ମିଲଚକୋବ କରିଥିଲେ । ମିଲଚକୋବ କେବେ ଋଷ ସେନାରେ ଟ୍ରେନିଙ୍ଗ ହାସିଲ କରିଥିଲେ । ପ୍ରଥମଥର ଋଷ ରସିଚକୁ ୟୁକ୍ରେନ ବିରୁଧରେ ମୂତୟନ କରିଛି । ପୂର୍ବୀ ୟୁକ୍ରେନରେ ଋଷ ବିଦ୍ରୋହୀ ଓ ୟୁକ୍ରେନ ସେନା ମଧ୍ୟରେ ୨୦୧୪ରେ ଯୁଦ୍ଧ ହୋଇଥିଲା । ଆଉ ସେହି ସମୟରେ ଏମାନଙ୍କୁ ମସର୍ଥକ ମଧ୍ୟ କୁହାଯାଉଥିଲା ।

ଏବେ ଏବେ ଦେଖିବାକୁ ମିଳିଛି କି ଋଷର ସୋସିଆଲ ମିଡିଆ ସାଇଟରେ ନିଜ ପେଜ ଉପରେ ରସିଚର ସରଦାର ମିଲଚକୋବ କିଛି ପଟୋ ସେୟାର କରିଛନ୍ତି । ଯେଉଁଥିରେ ୟୁକ୍ରେନ ସୈନିକଙ୍କ କାନ କଟାଯିବାର ଦେଖିବାକୁ ମିଳିଛି । ସେହିଭଳି ରସିଚ ମଧ୍ୟ ଏକ କାର୍ଟୁନ ପୋଷ୍ଟ କରିଥିଲା, ଯେଉଁଥିିରେ କାର୍ଟୁନ ଭଳି ଜଣେ ଋଷିଆନ ସୈନିକ ଘରକୁ ଫେରୁଥିବାର ନଜର ଆସିଥିଲା । ସୈନିକ ନିଜର ପତ୍ନୀ ଓ ପୁଅ ପାଇଁ ରକ୍ତଜୁଡୁବୁଡୁ ହୋଇ ଗିଫ୍ଟ ଆଣିଥିବା ଦେଖିବାକୁ ମିଳୁଛି । ଏଥିରେ କାର୍ଟୁନ ସହ କ୍ୟାପ୍ସନରେ ଲେଖାଯାଇଥିଲା କି ଯଦି ଆପଣ ଜଣେ ଅସଲି ପୁରୁଷ ଓ ଋଷିଆନ ଅଟନ୍ତି ତେବେ ଆମ ସହ ଆସନ୍ତୁ ।

ଏହା ରସିଚ ଗ୍ରୁପ ସହ ଯୋଡା ଅଟେ । ଯେଉଁ ଗ୍ରୁପ ଏବେ ୟୁକ୍ରେନରେ ଦେଖାଯାଇଛନ୍ତି । ଏହି ଗ୍ରୁପକୁ ଋଷର ନିଜ ସୈନ୍ୟ ଭଳି ମାନାଯାଏ । କହିରଖୁଛୁ କି ଲିବିୟା, ସିରିୟା, ସୁଡାନ ଓ ମଧ୍ୟ ଆପ୍ରିକା ଦେଶରେ ଏହି ଗ୍ରୁପ ସିବିଲ ବାରର ମଧ୍ୟ ଭାଗିଦାରୀ ରହିଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.