ପାଠ ପଢୁଥିବା ସମୟରେ ନିଦ ଲାଗୁଛି କି ? ଜାଣନ୍ତୁ କେମିତି କରିବେ ଦୂର

ଆପଣ ପାଠ ପଢୁଥିବା ସମୟରେ ନିଦ ନିଶ୍ଚିତ ଲାଗୁଥିବ। ପଢିବା ପରେ ଆପଣ ନିଶ୍ଚିତ ଢୁଳାଇଥିବେ। ଏହି କାରଣରୁ କେବଳ ପାଠପଢା ନୁହେଁ ବରଂ ନିଦ ଉପରେ ନିୟନ୍ତ୍ରଣ ହରାଇଥାଉ। ଆମ ଶରୀର ଭରପୂର ଭାବେ ଶୋଇବା ମଧ୍ୟଜରୁରୀ। କିନ୍ତୁ ପଢିବା ସମୟରେ କିଛି ସହଜ ଉପାୟ ଆପଣାଇଲେ, ଆଉ ପଢିବା ସମୟରେ ନିଦ ଆସିବ ନାହିଁ।

ପଢିବା ସମୟରେ କ’ଣ କରିବେ :

କଫି ପିଇବା : ପାଠପଢିବା ସମୟରେ ଆପଣ ପାଖରେ କପରେ କପି ରଖି ସମୟ ସମୟରେ ଟିକେ ଟିକେ ପିଅନ୍ତୁ। କଫିରେ କେଫିନ ରହିଥାଏ, ଯାହା ଏନର୍ଜି ବୁଷ୍ଟର କରିଥାଏ। ଏହାଛଡା ଆପଣ ଚକୋଲେଟ ଚା, ଏନର୍ଜି ଡ୍ରିଙ୍କ ଇତ୍ୟାଦି ପିଇପାରିବେ। କିନ୍ତୁ ଏହାକୁ ସୀମିତି ମାତ୍ରାରେ ପିଇବା ଉଚିତ।

ଉଜ୍ୱଳ ଆଲୋକରେ ପଢନ୍ତୁ : ଯଦି ଆପଣ ରୁମରେ ପୁରା ଆରାମରେ ତକିଆ ରଖି, ଚାଦର ଘୋଡାଇ ହୋଇ କିମ୍ବା କମ୍‌ ଲାଇଟରେ ପାଠ ପଢିବେ, ତେବେ ନିଶ୍ଚିତ ଭାବେ ନିଦ ଆସିବ। ପଢିବା ସମୟରେ ନିଜ ଆଖପାଖରେ ଥିବା ଆଲୋକ ଉପରେ ନିଶ୍ଚିତ ଧ୍ୟାନ ଦିଅନ୍ତୁ। ଏମିତି କରିବା ଦ୍ୱାରା ଶରୀର ଭିତରେ ମେଲାଟୋନିନ, ହରମୋନ ସକ୍ରିୟ ରହିଥାଏ। ମଣିଷକୁ କମ୍‌ ନିଦ କିମ୍ବା ନିଦ ଲାଗିନଥାଏ।

ଗୀତ ଶୁଣନ୍ତୁ : ଯଦି ଆପଣ ପଢିବା ସମୟରେ ନିଦ ଆସୁଥାଏ, ତେବେ ମନ ପସନ୍ଦର ଗୀତ ଶୁଣି ପାରିବେ। ଏମିତି କଲେ ଆପଣଙ୍କ ଧ୍ୟାନ ଅନ୍ୟ ଆଡେ ଚାଲିଯାଏ, ମୁଡ ମଧ୍ୟ ଭଲ ରୁହେ। ନିଜ ମନ ପସନ୍ଦର ଗୀତ ଶୁଣିଲେ ଆପଣଙ୍କୁ ବିଲକୁଲ ନିଦ ଆସିବ ନାହିଁ।

ଗାଧାନ୍ତୁ: ନିଦ ଦୂର କରିବା ପାଇଁ ଅଳ୍ପ ଉଷୁମ ପାଣି କିମ୍ବା ଥଣ୍ଡା ପାଣିରେ ଗାଧାନ୍ତୁ। କେବେ କେବେ ଥକ୍କାପଣ କାରଣରୁ ପଢିବାରେ କମ୍‌ ମନ ଲାଗିଥାଏ ଆଉ ନିଦ ଆସିଥାଏ। ଗାଧୋଇବା ପରେ ଶରୀର ଫୂର୍ତ୍ତି ଲାଗିଥାଏ।

cold shower

ଟିକେ ଶୋଇପଡନ୍ତୁ : ଯଦି ଆପଣଙ୍କୁ ବାରମ୍ବାର ନିଦ ଆସୁଛି କି ପଢାରେ ବିଲକୁଲ୍‌ ମନ ଲାଗୁନି। ତେବେ ଆପଣ ଟିକେ ଶୋଇପଡନ୍ତୁ। ତା’ ପରେ ଉଠି ପାଠ ପଢିବେ। ଆପଣଙ୍କ ଶରୀର ପାଇଁ ନିଦ ନିତାନ୍ତ ଜରୁରୀ। ଶରୀର ସଠିକ୍‌ ନିଦ ନନେଲେ ରୋଗର ଶିକାର ହୋଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.