ପ୍ଲାଷ୍ଟିକ କିମ୍ବା କୋଲଡ୍ରିଙ୍କ୍ସ ବୋତଲରେ ପାଣି ପିଉଛନ୍ତି କି ହୋଇପାରେ ଏହି ବଡ ରୋଗ

କିଛି ଦିନର ଆଶ୍ୱସ୍ତି ପରେ ଏବେ ବଢିଲାଣି ଗରମ । ଆଉ ଏହି ଗରମ ଦିନରେ ଲୋକଙ୍କୁ ଦରକାର ଥଣ୍ଡା ପାନୀୟ । ମାନେ ଫ୍ରିଜରେ ଥିବା ଥଣ୍ଡା ପାଣି । କିନ୍ତୁ ଏ ପାଣିରେ ରହେ କେଉଁଥିରେ । ବଟଲରେ । ସେ ପୁଣି ପ୍ଲାଷ୍ଟିକ ବଟଲ ଅବା କୋଲଡ୍ରିଙ୍କ୍ସ ବଟଲ । କାରଣ ଅନେକ ଲୋକେ ଅଛନ୍ତି ଯେଉଁମାନେ କି କୋଲଡ୍ରିଙ୍କ୍ସ ସରିବା ପରେ ସେଥିରେ ପାଣି ଭରି ଫ୍ରିଜରେ ସାଇତି ରଖନ୍ତି । କଣ ଆପଣ ଜାଣନ୍ତି ଏହା କରିବା କିଭଳି ସମସ୍ୟା ଆଣିପାରେ ।

ଯେତେବେଳେ ଏହି ବୋତଲ ଗୁଡିକୁ ଲମ୍ବା ସମୟ ଧରି ବ୍ୟବହାର କରାଯାଏ । ଏଥିରେ ଫ୍ଲୋରାଇଡ ଓଆର୍ସେନିକ ଭଳି ତତ୍ତ୍ୱ ସୃଷ୍ଟି ହୋଇଥାଏ । ଏବଂ ଏହା ଶରୀର ପାଇଁ କାଫି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । କୁହାଯାଏ କି ଏହା ଶରୀରରେ ସ୍ଲୋ ପଏଜନ ଭଳି କାମ କରିଥାଏ ।

ରିପୋର୍ଟ ହିସାବରେ ପ୍ଲାଷ୍ଟିକ ବୋତଲରେ ରଖାଯିବା ପାଣି ଆପଣଙ୍କ ଇମ୍ଯୁନ ସିଷ୍ଟମକୁ ବି ପ୍ରଭାବ ପକାଇପାରେ । ଏଥିରୁ ସୃଷ୍ଟି ହେଉଥିବା କେମିକାଲ ଆପଣଙ୍କ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ପ୍ଲାଷ୍ଟିକରେ ଥିବା କେମିକାଲ ପାଇଁ ଲିଭର କ୍ୟାନସର ର ବିପଦ ବଢିଥାଏ ।

ଲମ୍ବା ସମୟ ଧରି ଏହି ବୋତଲରେ ପାଣି ରଖିବା ଦ୍ୱାରା ବିପିଏର ନିର୍ମାଣ ହୋଇତାଏ ଯାହାର ଅର୍ଥ ହେଉଛି ବିଫେନାଇଲ ଏ । ଏହା ଗୋଟେପ୍ରକାରର କେମିକାଲ ଅଟେ । ଯାହା ଶରୀରରେ ମୋଟାପା ଭଳି ରୋଗ ସୃଷ୍ଟି କରେ ।

ଏହା ଛଡା ଏହି ବୋତଲରେ ଯେବେ ପାଣି ଗରମ ହୋଇଥାଏ କିମ୍ବା ସୂର୍ଯ୍ୟଙ୍କ ରଶ୍ମୀ ସଂସ୍ପର୍ଶରେ ଆସେ ତେବେ ଏଥିରେ ଟକ୍ସିନ ତିଆରି ହୋଇଥାଏ । ଯାହା ଅନେକ ଲୋକଙ୍କ ଠାରେ କ୍ୟନସରର କାରଣ ଅଟେ ।

ତେବେ ଦର୍ଶକବନ୍ଧୁ ଘରେ ଅନେକ ବାସନ କୁସନ ଗ୍ଲାସ ଆଦି ଥିବ । ଖାଲି ଟିକେ ସମୟ ବାହାର କରି ଆରାମରେ ଗ୍ଲାସ କିମ୍ବା ଅନ୍ୟପାତ୍ରରେ ପାଣି ପିଅନ୍ତୁ ଆପଣଙ୍କୁ ଶାନ୍ତି ତ ମିଳିବ ତା ସହ ଶରୀରରେ ପ୍ଲାଷ୍ଟିକ ପାଇଁ ଉପୁଜୁଥିବା ଏଭଳି ରୋଗର ସମ୍ଭାବନାକୁ ବି ଏଡାଇହେବ । ତେଣୁ ଯେତେ ପାରିବେ ପ୍ଲାଷ୍ଟିକକୁ ନିଜଠୁ ଦୂରେଇ ପାରମ୍ପରିକ ପାତ୍ରରେ ପାଣି ପିଅନ୍ତୁ ଆଉ ସୁସ୍ଥ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.