କୁସୁପୁର ଗଣହତ୍ୟା ଘଟଣାର ଅଭିଯୁକ୍ତର ସରିବ ରିମାଣ୍ଡ, ଦରକାର ପଡିଲେ ଆଜି ପୁଣି ଡେମୋ ଦେଖାଇବ ଶିବ

ମାହାଙ୍ଗା(କେନ୍ୟୁଜ୍): ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାର ଅଭିଯୁକ୍ତ ଶିବସାହୁର ଆଜି ସରିବ ରିମାଣ୍ଡ । ଦରକାର ପଡିଲେ ଆଜି ପୁଣି ଡେମୋ ଦେଖାଇବ ଅଭିଯୁକ୍ତ । ପରେ ଶିବକୁ ସାଲେପୁର JMFC କୋର୍ଟରେ ହାଜର କରାଯିବ । ତା ପରେ ଶିଶୁଆ ଜେଲ୍‌କୁ ଯିବ ଅଭିଯୁକ୍ତ ଶିବ ସାହୁ।

ଗତକାଲି କ୍ରାଇମସ୍ପଟରେ ଡେମୋ ଦେଖାଇଥିଲା ଶିବ । ପ୍ରାୟ ଘଣ୍ଟାଏ ଧରି କ୍ରାଇମ୍‌ସିନ୍‌ ରିକ୍ରିଏସନ ଚାଲିଥିଲା । ଘଟଣାସ୍ଥଳରୁ କଟୁରୀ, ଶାବଳ ଓ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୋଲିସ । ଅଭିଯୁକ୍ତ ଶିବ ସାହୁକୁ ୩ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଛି ମାହାଙ୍ଗ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.