ତାପମାତ୍ରା ବୃଦ୍ଧି ଯୋଗୁ ଜଳୁଛି ପଶ୍ଚିମ ଓଡ଼ିଶା: ୪୩.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ବାରିପଦା

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାପମାତ୍ରା ବୃଦ୍ଧି ଯୋଗୁ ଜଳୁଛି ପଶ୍ଚିମ ଓଡ଼ିଶା । ଗତକାଲି ବାରିପଦା, ବଲାଙ୍ଗିର ଓ ସୁବର୍ଣ୍ଣପୁରରେ ୪୩ ଡିଗ୍ରୀ ଉପରେ ଥିଲା ତାପମାତ୍ର । ୪୩.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାରିପଦା। ୧୬ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ରହିଛି ପାରଦ ।

ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଯୋଗୁ ୧୧ଟା ପରେ ଘରୁ ବାହାରିବା ମୁସକିଲ୍‌ ହୋଇପଡୁଛି। ଆସନ୍ତା ୫ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ସ୍ୱାବିକଠାରୁ ୩ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ। ସେହିପରି ଆସନ୍ତା ଦୁଇଦିନ କିଛି ଜିଲ୍ଲାରେ ବଜ୍ରପାତ ସହ ଝଡବର୍ଷା ସମ୍ଭାବନା ରହିଛି। ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.