ପୁରୀ(କେନ୍ୟୁଜ୍): ପୁରୀରେ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ଜୋର । ଜିଲ୍ଲାର ବିଭିନ୍ନ ସ୍କୁଲ ବସ୍ ଯାଞ୍ଚ ହୋଇଛି । ଟିକସ ଫାଙ୍କିବା, ଡ୍ରାଇଭିଂ ଲାଇସେନ୍ସ ଓ ପରମିଟ୍ ନଥିବା ଅଭିଯୋଗରେ ୩ଲକ୍ଷ ୩୧ ହଜାର ୨୬୦ ଟଙ୍କା ଫାଇନ ଆଦାୟ ହୋଇଛି।
ପୁରୀ ସଦର, ନିମାପଡା, ସତ୍ୟବାଦୀ, ଚାରିଛକ ଓ ଅସ୍ତରଙ୍ଗ ଅଞ୍ଚଳରେ ଚଢାଉ କରାଯାଇଥିଲା । ଗାଡିର ଫିଟନେସ୍, ବୀମା ଓ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଥିଲା। ନିମାପଡା ଅଞ୍ଚଳରେ ଏକ ଘରୋଇ ସ୍କୁଲ ବସ୍ ଜବତ କରାଯାଇଛି।