ରାଉରକେଲା(କେନ୍ୟୁଜ) : ଜଳିଗଲା ଚଳନ୍ତା କାର । ଅଳ୍ପକେ ବର୍ତ୍ତିଲେ ଚାଳକ । ରାଉରକେଲା ଅମ୍ବାଗାନ ଛକରେ ଏକ ମାରୁତି 800 କାର ହଠାତ ଜଳିଯାଇଥିଲା । ସ୍ପାର୍କ ଯୋଗୁ ନିଆଁ ଲାଗିଥିବା ଭାବି ଚାଳକ କାରରୁ ଓହ୍ଲାଇ ଦେଖୁଥିବାରୁ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପରେ ପରେ ଦେଖୁ ଦେଖୁ ହଠାତ କାରରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ କାର ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି ।