ନୂଆଦିଲ୍ଲୀ : ମାସ ଆରମ୍ଭରୁ ମହଙ୍ଗା ମାଡ। ପୁଣି ବଢ଼ିଲା ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର୍। ସିଲିଣ୍ଡର ପିଛା ୧୦୪ ଟଙ୍କା ବୃଦ୍ଧି ପାଇଛି । ତେବେ ଏହି ଦର ବୃଦ୍ଧି ଘରୋଇ ଏଲପିଜି ଉପରେ ହୋଇନାହିଁ । ବରଂ କମର୍ସିଆଲ ଏଲ୍ପିଜି ଉପରେ ହୋଇଛି । ଘରୋଇ ସିଲିଣ୍ଡର ଉପରେ କୌଣସି ବର୍ଦ୍ଧିତ ଦର ଲାଗୁ ହୋଇନାହିଁ ।
ନୂତନ ମୂଲ୍ୟ ଲାଗୁ ହେବା ପରେ ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୨୫୩ ରୁ ୨୩୫୫.୫୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥି ସହିତ ୫ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୬୫୫ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି କୋଲକାତାରେ ୧୯ କେଜି କମର୍ସିଆଲ ସିଲିଣ୍ଡରର ଦର ହୋଇଛି ୨୪୫୫ଟଙ୍କା । ମୁମ୍ବାଇରେ ଏହାର ଦର ୨୩୦୭ ଟଙ୍କାରେ ପହଞ୍ଚିଥିବାବେଳେ ଚେନ୍ନାଇରେ ଏହାର ୨୫୦୮ଟଙ୍କାରେ ପହଞ୍ଚିଛି । ସେହିପରି ଚେନ୍ନାଇରେ କମର୍ସିଆଲ ସିଲିଣ୍ଡର ଦାମ ୨,୫୦୮ଟଙ୍କାରେ ପହଞ୍ଚିଛି।
ଏପ୍ରିଲ ପହିଲାରେ ମଧ୍ୟ କମର୍ସିଆଲ ଏଲପିଜି ଦରରେ ବୃଦ୍ଧି ହୋଇଥିଲା । ଗତ ମାସରେ ସିିଲିଣ୍ଡର ପିଛା ୨୮ ଟଙ୍କା ବୃଦ୍ଧି ପାଇଥିଲା ତେବେ ଆଶ୍ୱସ୍ତିକର କଥା ଯେ, ମେ’ ୧ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇନାହିଁ।