ଏହି ଅଭିନେତ୍ରୀଙ୍କୁ ଭଲ ପାଇଥିଲେ ବବି ଦେଓଲ, ଧର୍ମେନ୍ଦ୍ରଙ୍କ ପାଇଁ ହୋଇପାରିନଥିଲା ବିବାହ

କିଛି ଦିନ ତଳେ ରିଲିଜ ହୋଇଥିବା ୱେବସିରିଜ “ଆଶ୍ରମ” କୁ ନେଇ ବବି ଦେଓଲ ଚର୍ଚ୍ଚାରେ ରହିଛନ୍ତି | କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ବବି ଦେଓଲଙ୍କ ରିଲ ଲାଇଫ ନୁହେଁ ବରଂ ରିୟଲ ଲାଇଫ ବିଷୟରେ କିଛି ସତ୍ୟ ଘଟଣା ଜାଣିବାକୁ ପାଇବେ| ସୂଚନାଯୋଗ୍ୟ, ବବି ବଲିଉଡର ଜଣେ ଅଭିନେତ୍ରୀଙ୍କୁ ଭଲ ପାଇଥିଲେ, ଯାହାଙ୍କୁ ସେ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ କିନ୍ତୁ ଶେଷରେ ତାହା ହୋଇପାରିନଥିଲା | ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ନିଲମ, ଯିଏ ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଥିଲେ | ଖବର ଅନୁଯାୟୀ ବବି ଏବଂ ନିଲମଙ୍କ ସମ୍ପର୍କ ୪-୫ବର୍ଷ ପର୍ଯ୍ୟନ୍ତ ରହିଥିଲା |

କୁହାଯାଏ ବବି ନିଲମଙ୍କୁ ନେଇ ବହୁତ ସିରିୟସ ଥିଲେ ଏବଂ ତାଙ୍କୁ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ | କିନ୍ତୁ ବବି କୌଣସି ଅଭିନେତ୍ରୀଙ୍କୁ ବିବାହ କରନ୍ତୁ ବୋଲି ଧର୍ମେନ୍ଦ୍ର ରାଜି ନଥିଲେ | ଏନେଇ ବବି ନିଲମଙ୍କ ଠାରୁ ଦୁରେଇ ରହିବା ଆରମ୍ଭ କରିଥିଲେ |

ସୂଚନାଯୋଗ୍ୟ ଆଜି ମଧ୍ୟ ବବି ଦେବାଲ ତାଙ୍କ ପିତାଙ୍କ କଥା ଟାଳନ୍ତି ନାହିଁ | ଅର୍ଥାତ ଆଜି ମଧ୍ୟ ସେ ତାଙ୍କ ପିତାଙ୍କ କଥା ମାନନ୍ତି | ଅନ୍ୟପଟେ ନିଲମଙ୍କ ସହ କେବଳ ବବି ନୁହଁନ୍ତି ବରଂ ଗୋବିନ୍ଦାଙ୍କ ନାଁ ମଧ୍ୟ ଯୋଡି ହୋଇଥିଲା | ଇଣ୍ଡଷ୍ଟ୍ରିରେ ଗୋବିନ୍ଦା ଏବଂ ନିଲମଙ୍କ ଯୋଡି ମଧ୍ୟ ଖୁବ ଚର୍ଚ୍ଚାରେ ରହିଥିଲା |

କୁହାଯାଏ ଗୋବିନ୍ଦା ମଧ୍ୟ ନିଲମଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ମା’ ରୋକିଥିଲେ | ବାସ୍ତବରେ ଏହା ପୂର୍ବରୁ ଗୋବିନ୍ଦାଙ୍କର ସୁନିତାଙ୍କ ସହ ନିର୍ବନ୍ଧ ସରିଥିଲା ଏବଂ  ପୁଅ ସୁନିତାଙ୍କୁ ହିଁ ବିବାହ କରୁ ବୋଲି ତାଙ୍କ ମା’ ଚାହୁଁଥିଲେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.