ହ୍ଵାଟସଆପ୍ ବର୍ତ୍ତମାନ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ମଲ୍ଟି-ଡିଭାଇସ୍ ସପୋର୍ଟ ଫିଚର ଆରମ୍ଭ କରୁଛି। ଏହି ଫିଚର ସାହାଯ୍ୟରେ ୟୁଜର୍ସ ମାନେ ସେମାନଙ୍କର ହ୍ଵାଟସଆପ୍ ଆକାଉଣ୍ଟକୁ ଚାରୋଟି ଡିଭାଇସରେ ଏବଂ ଗୋଟିଏ ଫୋନରେ ବିନା ଇଣ୍ଟରନେଟ୍ ରେ କନେକ୍ଟ କରି ବ୍ୟବହାର କରିପାରିବେ।
ମେଟା-ମାଲିକାନା ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ଵାଟସଆପ୍ ଏହି ଫିଚର୍ସ ଉପରେ କାମ କରୁଛି, ଯାହା ୟୁଜର୍ସ ମାନଙ୍କୁ ସେମାନଙ୍କର ପ୍ରାଇମେରୀ ଫୋନ୍ ସହିତ ହ୍ଵାଟସଆପ୍
କୁ ଏକାଧିକ ଡିଭାଇସରେ କନେକ୍ଟ କରିବାକୁ ଅନୁମତି ଦେବ। ଏହା ସହିତ, ଉପଭୋକ୍ତାମାନେ ଅନ୍ୟ ଫୋନରେ ହ୍ଵାଟସଆପ୍ ବ୍ୟବହାର କରିବାକୁ ଆକାଉଣ୍ଟକୁ ଲିଙ୍କ୍ କରିପାରିବେ। ଆଣ୍ଡ୍ରଏଡ୍ 2.22.10.13 ଅପଡେଟ୍ ପାଇଁ ହ୍ଵାଟସଆପ୍ ବିଟାରେ ଏହି ଫିଚର୍ସ ଦେଖାଯାଇଛି।
WABetaInfo ର ଏକ ରିପୋର୍ଟ ଅନୁଯାୟୀ, ମେସେଜିଂ ସର୍ଭିସ ଏହାର ମଲ୍ଟି-ଡିଭାଇସ୍ ସପୋର୍ଟକୁ ଅନ୍ୟ ସ୍ମାର୍ଟଫୋନ୍ ଏବଂ ଟାବଲେଟରେ ବିସ୍ତାର କରିବାକୁ କାର୍ଯ୍ୟ କରୁଛି। ଏହି ଫିଚର ସାହାଯ୍ୟରେ, ଉପଭୋକ୍ତାମାନେ ଏକାଧିକ ଡିଭାଇସରେ ଗୋଟିଏ ହ୍ଵାଟସଆପ୍ ଆକାଉଣ୍ଟ୍ ଚଳାଇବାକୁ ସମର୍ଥ ହେବେ। ମେସେଜିଂ ସେବାକୁ ଏକ ସେକେଣ୍ଡାରୀ ଡିଭାଇସ୍ କିମ୍ବା ଆଣ୍ଡ୍ରଏଡ୍ ଟ୍ୟାବଲେଟ୍ ସହିତ ଲିଙ୍କ୍ କରିବାକୁ, ଉପଭୋକ୍ତାମାନଙ୍କୁ ପ୍ରାଇମେରୀ ହ୍ଵାଟସଆପ୍ ଡିଭାଇସ୍ ସହିତ QR କୋଡ୍ ସ୍କାନ୍ କରିବାକୁ ପଡିପାରେ। ରିପୋର୍ଟରେ କୁହାଯାଇଛି ଯେ ଏହି ଫିଚର ଉପରେ କାର୍ଯ୍ୟ ଜାରି ରହିଛି।
ଗତ ମାସରେ ହ୍ଵାଟସଆପ୍ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ମଲ୍ଟି-ଡିଭାଇସ୍ ସମର୍ଥନ ଘୋଷଣା କରିଥିଲା। ଏହା ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଉପଭୋକ୍ତାଙ୍କୁ ଏକକାଳୀନ ଆପରେ ମେସେଜ ପଠାଇବା ଏବଂ ଗ୍ରହଣ କରିବା ପାଇଁ ଏକାଧିକ ଡିଭାଇସରେ ସେମାନଙ୍କର ହ୍ଵାଟସଆପ୍ ଆକାଉଣ୍ଟ ଖୋଲିବାକୁ ଅନୁମତି ଦେଇଥାଏ ଏହି ଫିଚର ବ୍ୟବହାର କରିବାକୁ ଉପଭୋକ୍ତାମାନଙ୍କୁ ସେମାନଙ୍କର ଫୋନ୍ ଇଣ୍ଟରନେଟ୍ ସହିତ କନେକ୍ଟ ରଖିବା ଆବଶ୍ୟକ ନାହିଁ।