Airtelଠାରୁ ୬୦ ଟଙ୍କା ଶସ୍ତା Jioର ଏହି ପ୍ଲାନ…! କିନ୍ତୁ ଫାଇଦା ଉଭୟଙ୍କ ସମାନ; ଜାଣନ୍ତୁ କ’ଣ ସବୁ ମିଳୁଛି

ଭାରତୀ ଏୟାରଟେଲ ଓ ରିଲାଏନ୍ସ ଜିଓ ଦୁଇ ଜଣ ହିଁ ନିଜ ୟୁଜରମାନଙ୍କୁ 1GB ଡେଲି ଡାଟା ପ୍ରିପେଡ୍‌ ପ୍ଲାନ ଅଫର୍‌ କରୁଛନ୍ତି। ଏହି ପ୍ଲାନ ସେହି ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ, ଯାହାଙ୍କ ପାଖରେ ଅଧିକ ଡାଟା ୟୁସେଜ୍‌ ନ ଥାଏ। ଏହି ଦୁଇଟି କମ୍ପାନୀ ନିଜ ଗ୍ରାହକମାନଙ୍କ ଠାରୁ ପର୍ଯ୍ୟାପ୍ତ ଆୟ କରିବା ପାଇଁ ଦୀର୍ଘ କିମ୍ବା ମଧ୍ୟମ ଅବଧି ପାଇଁ 1GB ଡେଲି ଡାଟା ପ୍ଲାନ ଅଫର କରନ୍ତି ନାହିଁ। ୟୁଜରମାନେ ଏହି ପ୍ଲାନଗୁଡ଼ିକୁ କେବଳ ଶର୍ଟ ଟର୍ମ ପାଇଁ ହିଁ ପାଇ ପାରନ୍ତି। ତା’ ହେଲେ ଆସନ୍ତୁ ଜାଣିବା କି, 1GB ଡେଲି ଡାଟା ପ୍ଲାନରେ କେଉଁ କମ୍ପାନୀର ପ୍ଲାନ ଅଧିକ ଭଲ ରହିଛି।

Airtel 1GB ଡେଲି ଡାଟା ପ୍ଲାନ

ଭାରତୀ ଏୟାରଟେଲର ବେସ୍‌ 1GB ଡେଲି ଡାଟା ପ୍ଲାନ ୨୦୯ ଟଙ୍କାରେ ଆସୁଛି। ଏହି ପ୍ଲାନର ବୈଧତା ୨୧ ଦିନ ପାଇଁ ରହିଛି ଏବଂ ୟୁଜର ମାନଙ୍କୁ ଏହି ପ୍ଲାନ ସହିତ ମୋଟ 21GB ଡାଟା ମିଳୁଛି। ଏଥିରେ ଅନଲିମିଟେଡ୍‌ ଭଏସ୍‌ କଲିଙ୍ଗ୍‌ ଏବଂ ୧୦୦ ଏସ୍‌ଏମ୍‌ଏସ୍‌/ଦିନ ମଧ୍ୟ ସାମିଲ ଅଛି। ୟୁଜର ମାନଙ୍କୁ ଏୟାରଟେଲ ଥ୍ୟାଙ୍କ୍‌ସ ବେନିଫିଟ୍ସ ମଧ୍ୟ ମିଳିଥାଏ। ଏହି ଲାଭ ଗୁଡ଼ିକରେ ଆମାଜନ ପ୍ରାଇମ୍‌ ଭିଡିଓ ମୋବାଇଲ ଭର୍ସନ ୧ ମାସ ପାଇଁ ଫ୍ରି ଟ୍ରାଏଲ, ଫ୍ରି ହ୍ୟାଲୋଟ୍ୟୁନ୍ସ ଏବଂ ଫ୍ରି ଓ୍ଵିଙ୍କ୍‌ ମ୍ୟୁଜିକ୍‌ ସାମିଲ ଅଛି।

Reliance Jio 1GB ଡେଲି ଡାଟା ପ୍ଲାନ

ରିଲାଏନ୍ସ ଜିଓ ୧୪୯ ଟଙ୍କାରେ ନିଜର ବେସ୍‌ 1GB ଡେଲି ଡାଟା ପ୍ଲାନ ଅଫର୍‌ କରିଥାଏ। ଏହି ଯୋଜନା ମୋଟ ୨୦ ଦିନର ବୈଧତା ସହିତ ଆସିଥାଏ, ଯାହାର ଅର୍ଥ ହେଉଛି, ୟୁଜର ମାନଙ୍କୁ ମୋଟ 20GB ଡାଟା ମିଳିଥାଏ। ଏହା ବ୍ୟତୀତ ଅନଲିମିଟେଡ୍‌ ଭଏସ୍‌ କଲିଙ୍ଗ୍‌ ଏବଂ ୧୦୦ ଏସ୍‌ଏମ୍‌ଏସ୍‌/ଦିନ ସାମିଲ ଅଛି। ଏଥି ସହିତ Jio ପ୍ଲାନରେ JioCinema, JioTV, JioCloud ଏବଂ JioSecurityର ସବ୍ସକ୍ରିପ୍‌ସନ ସାମିଲ ଅଛି। ୟୁଜର ମାନଙ୍କ ପାଇଁ ଦୁଇଟି ପ୍ଲାନ ପାଖାପାଖି ସମାନ ରହିଛି।

କେଉଁଟା ବେଷ୍ଟ୍‍ ପ୍ଲାନ

ଏୟାରଟେଲ ପ୍ଲାନ ସହିତ ୟୁଜର ମାନଙ୍କୁ ୯.୯୫ ଟଙ୍କା ମୂଲ୍ୟରେ 1GB ଡାଟା ମିଳୁଛି। ଯେତେବେଳେ କି, ଜିଓ ପ୍ଲାନ ସହିତ ୟୁଜର ମାନଙ୍କୁ ୭.୪୫ ଟଙ୍କାରେ 1GB ଡାଟା ମିଳୁଛି। ଜିଓର ପ୍ଲାନ ବହୁତ ଶସ୍ତା ରହିଛି, ଏଥିପାଇଁ ଏହି ପ୍ଲାନକୁ ୟୁଜର ମାନେ ଲମ୍ବା ସମୟରୁ ଲଗାତାର କିଣି ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.