ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ: ତାତିଲା ବିଜେପି ଓ କଂଗ୍ରେସ

ନବରଙ୍ଗପୁର(କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଜେପି ଓ କଂଗ୍ରେସ । ଏନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଛି । ସେହିପରି ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ବିଧାୟକ ପ୍ରକାଶ ମାଝୀଙ୍କ ଇସ୍ତଫା ସହ ଗିରଫଦାରୀ ଦାବି କରାଯାଇଛି ।

nabarangpur

ଅନ୍ୟପଟେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ରାଜନୈତିକ ନାଟକବାଜି ଚଳାଇଥିବା ବିଜେଡି କହିଛି । ନବରଙ୍ଗପୁର ଜିଲ୍ଲା ବିଜେଡି ମହିଳା ମୋର୍ଚ୍ଚାର ସଭାନେତ୍ରୀ କହିଛନ୍ତି, ବିଧାୟକ ପ୍ରକାଶ ମାଝୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢୁଥିବା ବେଳେ ଅସହିଷ୍ଣୁ ହୋଇ ବିରୋଧୀ ଦଳ ହୀନ ଚକ୍ରାନ୍ତ କରୁଛନ୍ତି । ଏହାକୁ କେବେ ସଫଳ ହେବାକୁ ଦିଆଯିବ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.