ନିୟମିତ ନାହିରେ ଲଗାନ୍ତୁ ବୁନ୍ଦେ କ୍ଷୀର, ଦୂର ହେବ ଅନେକ ଭୟଙ୍କର ରୋଗ

ନାଭି ବା ନାହି ହେଉଛି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ନାଭି ଜରିଆରେ ହିଁ ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ସୁସ୍ଥ ରଖାଯାଇପାରିବ। ଏଣୁ ଯଦି ନାଭିରେ କୌଣସି ଔଷଧ କିମ୍ବା ତେଲ ଲଗାଯାଏ ତେବେ ତାହା ଶରୀର ଭିତର ଓ ବାହାର ଉଭୟ ଅଂଶରେ ପ୍ରଭାବ ପକାଇଥାଏ। ନାଭିରେ ବିଭିନ୍ନ ପ୍ରକାରର ତେଲ ଲଗାଇବାର ଫାଇଦା ସମ୍ପର୍କରେ ତ ଆମେ ଜାଣିଛେ, କିନ୍ତୁ କେବେ ନାଭିରେ କ୍ଷୀର ଲଗାଇବା କଥା ବୋଧେ କେହି ଜାଣି ନଥିବେ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନାଭିରେ କ୍ଷୀର ଲଗାଇବାର ବି ଅନେକ ଆଶ୍ଚର୍ଯ୍ୟଜନକ ଲାଭ ରହିଛି। ଡାକ୍ତରଙ୍କ କହିବାନୁସାରେ, ନାଭିରେ କ୍ଷୀର ଲଗାଇବା ଦ୍ୱାରା ଶରୀରର ଭିତରୁ ଫାଇଦା ହୋଇଥାଏ। ଆସନ୍ତୁ ଜାଣିବା ନାଭିରେ କ୍ଷୀର ମାଲିସ କରିବାର ଫାଇଦା ସମ୍ପର୍କରେ…

ନାଭିରେ କ୍ଷୀର ଲଗାଇବାର ଲାଭ:

  • ନାଭିରେ କ୍ଷୀର ଲଗାଇବା ଦ୍ୱାରା ପାଚନ କ୍ରିୟା ମଜଭୁତ ହୋଇଥାଏ। କ୍ଷୀରରେ ହେଙ୍ଗୁ ମିଶାଇ ଲଗାଇବା ଦ୍ୱାରା ଅଧିକ ଫାଇଦା ମିଳେ।
  • ଶରୀରକୁ ହାଇଡ୍ରେଟ୍‌ ରଖିବାକୁ ଚାହୁଁଥିଲେ, ଆପଣ ନାଭିରେ କ୍ଷୀର ଲଗାଇ ପାରିବେ।
  • ନାଭିରେ କ୍ଷୀର ମାଲିସ କରିବା ଦ୍ୱାରା ଶରୀର ଓ ତ୍ୱଚାକୁ ହାଇଡ୍ରେଟ୍‌ ରଖାଯାଇପାରିବ।
  • ଯଦି ମହିଳାଙ୍କୁ ପିରିୟଡ୍‌ସ ବେଳେ ଅଧିକ ପୀଡ଼ା ଓ ଯନ୍ତ୍ରଣା ହେଉଛି, ତେବେ ତୁରନ୍ତ ନାଭିରେ ଥଣ୍ଡା କ୍ଷୀର ଲଗାନ୍ତୁ। କିଛି ସମୟ ଏଭଳି କଲେ ଆରାମ ଲାଗିବ।
  • ମୁହଁର ତ୍ୱଚାକୁ ଟାଇଟ୍‌ ରଖିବାକୁ ଚାହୁଁଥିଲେ ନାଭିରେ କ୍ଷୀର ମାଲିସ କରନ୍ତୁ। ଏହାର ଲାଭ ତୁରନ୍ତ ଜଣାପଡ଼ିବ ନାହିଁ। କିନ୍ତୁ ଅଧିକ ଦିନ ଏମିତି କଲେ ଫାଇଦା ମିଳିବ।

belly

ନାଭିରେ ଏମିତି ଲଗାନ୍ତୁ କ୍ଷୀର:

  • ଶରୀରକୁ ଥଣ୍ଡା ରଖିବା ପାଇଁ ଆପଣ ଖରାଦିନେ ଥଣ୍ଡା କ୍ଷୀର ଲଗାଇ ପାରିବେ।
  • କ୍ଷୀରରେ ଚିମୁଟେ ହେଙ୍ଗୁ ମିଶାଇ ଲଗାଇ ପାରିବେ।
  • କ୍ଷୀରରେ ମହୁ ମିଶାଇ ନାଭିରେ ଲଗାଇ ପାରିବେ।
  • କ୍ଷୀରରେ ଡାଲଚିନି ପାଉଡର ମିଶାଇ ନାଭିରେ ଲଗାଇବା ଦ୍ୱାରା ଶରୀରର ଅନେକ ଫାଇଦା ହୋଇଥାଏ।

ନାଭିକୁ ସୁନ୍ଦର ରଖିବାକୁ ଲଗାନ୍ତୁ ଏସବୁ ଜିନିଷ:

  • ନାଭିକୁ ସୁନ୍ଦର କରିବା ପାଇଁ ଆପଣ ବେସନ ବ୍ୟବହାର କରିପାରିବେ।
  • ନାଭିର କଳାପଣ ଦୂର କରିବାକୁ ମଧ୍ୟ ହଳଦୀକୁ ବ୍ୟବହାର କରିହେବ।
  • ବେକିଂ ସୋଡ଼ାରେ କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ନାଭି ଓ ତଳିପେଟରେ ଲଗାନ୍ତୁ। ଅଧଘଣ୍ଟା ପରେ ଏହାକୁ ସଫା କରି ଦିଅନ୍ତୁ। ଦେଖିବେ ପେଟର ତଳି ଭାଗ ସମେତ ନାଭିର କଳାପଣ ଦୂରେଇ ଯିବ।
  • ନାଭିକୁ ମଶ୍ଚରାଇଜ୍‌ ରଖିବା ପାଇଁ ଗାଧୋଇ ସାରିବା ପରେ ଅଲିଭ ଅଏଲ ମସାଜ୍‌ କରନ୍ତୁ। ଏହା ଗୋରା ଓ ସଫା ହୋଇଯିବ।

Also Read: ‘ମୋ ସ୍ତ୍ରୀ ସହ ଗଣଦୁଷ୍କର୍ମ କରିବା ପରେ ଛୁରୀ ଭୁସିଦେଲେ…ଦେଖ ତା’ ଅବସ୍ଥା’; କାନ୍ଦି କାନ୍ଦି ପୋଲିସକୁ ଗୁହାରି କଲା ସ୍ୱାମୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.