‘ମୋ ସ୍ତ୍ରୀ ସହ ଗଣଦୁଷ୍କର୍ମ କରିବା ପରେ ଛୁରୀ ଭୁସିଦେଲେ…ଦେଖ ତା’ ଅବସ୍ଥା’; କାନ୍ଦି କାନ୍ଦି ପୋଲିସକୁ ଗୁହାରି କଲା ସ୍ୱାମୀ

ନୂଆଦିଲ୍ଲୀ: ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଛୁରୀ ଭୁସି ଦେଲେ ଦୁର୍ବୃତ୍ତ। ଏଭଳି ଅମାନବୀୟ ଘଟଣା ଘଟିଛି ଗୁରୁଗାଓଁ ଠାରେ। ଏଠାକାର ଡିଏଲ୍‌ଏଫ୍‌ ଫେଜ୍‌ ୩ ଅଞ୍ଚଳରେ ଦୁଇ ଜଣ ଲୋକ ଜଣେ ୨୪ ବର୍ଷୀୟ ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ମାରିବାକୁ ଛୁରୀ ଭୁସିଦେଇଛନ୍ତି। ସୋମବାର ରାତିରେ ଡିଏଲ୍‌ଏଫ୍‌ ଫେଜ୍‌ ୩ର ନାଥୁପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି। ପୋଲିସର କହିବାନୁସାରେ, ପୀଡ଼ିତାକୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ଥିତି ଏବେ ଗମ୍ଭୀର ଅଛି। ଏଣୁ ତାଙ୍କ ବୟାନ ବି ନିଆଯାଇ ପାରୁନାହିଁ।

ପୀଡ଼ିତାଙ୍କ ଅଟୋ ରିକ୍ସା ଚାଳକ ସ୍ୱାମୀ ଏ ନେଇ ଡିଏଲ୍‌ଏଫ୍‌ ଫେଜ୍‌ ୩ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ମଙ୍ଗଳବାର ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି। ପୀଡ଼ିତାଙ୍କ ସ୍ୱାମୀଙ୍କ ଅଭିଯୋଗ ମୁତାବକ, ସୋମବାର ରାତିରେ ତାଙ୍କୁ ତାଙ୍କ ପତ୍ନୀ ଫୋନ୍‌ କରି କାନ୍ଦି କାନ୍ଦି କହିଥିଲେ ଯେ ୨ ଜଣ ଅଜଣା ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିବା ସହ ଛୁରୀ ଭୁସି ଦେଇଛନ୍ତି। ସେ କେଉଁଠାରେ ଅଛନ୍ତି ବି କହିପାରି ନଥିଲେ। ପରେ ମୋ ସ୍ତ୍ରୀ ମୋତେ ଘରକୁ ଆସିବାକୁ କହିଥିଲେ। ମୁଁ ଘରକୁ ଫେରିବା ବେଳେ ସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ନଗ୍ନ ହୋଇ ତଳେ ପଡ଼ିଥିଲେ। ସେ କହିଥିଲେ ଯେ ତାଙ୍କ ସହ ୨ ଜଣ ଲୋକ ବଳାତ୍କାର କରିଛନ୍ତି ଓ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଛୁରୀ ଭୁସି ଦେଇଛନ୍ତି।

Rape

ଏ ନେଇ ପୀଡ଼ିତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସହାୟତାରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସର କହିବାନୁସାରେ, ପୀଡ଼ିତା ଏବେ ବୟାନ ଦେବା ସ୍ଥିତିରେ ନାହାନ୍ତି। ପୀଡ଼ିତାଙ୍କ ସ୍ୱାମୀଙ୍କ ଅଭିଯୋଗ ଆଧାରରେ ଆଇପିସି ଧାରା ୩୭୬ (ବଳାତ୍କାର), ୫୦୬ (ଅପରାଧିକ ଧମକ), ୩୨୪ (ଗୁରୁତର ଆହତ) ଓ ୩୪ (ଖରାପ ଉଦ୍ଦେଶ୍ୟ) ରେ ଦୁଇ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛନ୍ତି।

ପୋଲିସ କହିଛି ଯେ ସେ ବିହାରର ନିବାସୀ ଅଭିଯୁକ୍ତ ଅନୀଲ ଠାକୁରଙ୍କୁ ଗିରଫ କରିଛନ୍ତି ଓ ତଦନ୍ତ ଜାରି ରହିଛି। ଗୁରୁଗ୍ରାମ୍‌ ପୋଲିସ କମିଶନର କଳା ରାମଚନ୍ଦ୍ରନ କହିଛନ୍ତି-ଆମେ ଜଣେ ଅଭିଯୁକ୍ତକୁ ଗିରଫ କରିଛୁ ଓ ଏତେ ତାକୁ ପଚରାଉଚରା କରୁଛୁ। ଖୁବ୍‌ ଶୀଘ୍ର ଅନ୍ୟ ଜଣଙ୍କୁ ବି ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ପୋଲିସ। ଅନ୍ୟପଟେ ମହିଳାଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା ଡାକ୍ତର କହିଛି।

Also Read: ବନ୍ଦ ହେଲା ବିବାଦୀୟ ଶୋ’କଫି ଓ୍ଵିଥ୍‌ କରନ୍‌, ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସୂଚନା ଦେଲେ କରନ୍‌ ଜୋହର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.