ଦୁନିଆର ଏମିତି ଗାଁ ଯେଉଁଠାରେ ଜନ୍ମ ହୁଅନ୍ତି କେବଳ ଝିଅ, ବୈଜ୍ଞାନିକମାନେ ମଧ୍ୟ ସ୍ତବ୍ଧ

ଦୁନିଆ ବଡ଼ ଅଜବ। ଏମିତିକି ଆମ ଚାରି ପାଖରେ ଅନେକ ଅଜବ ଅଜବ ଘଟଣା ଘଟେ କିନ୍ତୁ ଆମେ ଜାଣି ପାରୁନା। ଏମିତିକି ପୂରା ବ୍ରହ୍ମାଣ୍ଡରେ ଶତପ୍ରତିଶତ ରହସ୍ୟ ମଧ୍ୟରୁ ମଣିଷ କେବଳ ୪ ପ୍ରତିଶତ ରହସ୍ୟ ଆଜି ପର୍ଯ୍ୟନ୍ତ ଜାଣି ପରିଛି।

ଦର୍ଶକ ବନ୍ଧୁ ଆପଣ ଜାଣିଛନ୍ତି ଯେ ସବୁ ସ୍ଥାନରେ ଶିଶୁ କନ୍ୟା ହେଉ କିମ୍ୱା ଶିଶୁ ପୁତ୍ର ଜନ୍ମ ନିଅନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠି କେବଳ ଝିଅ ହିଁ ଜନ୍ମ ନିଅନ୍ତି। ଏମିତିକି ଏପରି କ’ଣ ପାଇଁ ହୁଏ ତାହା ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ଜାଣିପାରିନାହାଁନ୍ତି।

ସେଥି ପାଇଁ କେବଳ ଝିଅ ଜନ୍ମ ନେଉଥିବା ଏହି ଗ୍ରାମକୁ ଦୁନିଆର ରହସ୍ୟମୟ ଗାଁ କୁହାଯାଏ। ବୈଜ୍ଞାନିକମାନେ ଅନେକ ରହସ୍ୟରୁ ପରଦା ହଟାଇ ସାରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଦୁନିଆର ଏହି ରାହସ୍ୟକୁ ସେମାନେ ଜାଣିପାରି ନାହାନ୍ତି। ଏହି ଗାଁରେ କେବଳ ଝିଅମାନେ ୧୨ ବର୍ଷ ଧରି ଜନ୍ମ ହେଉଛନ୍ତି। ଅର୍ଥାତ୍ ଏହି ବର୍ଷ ଓ ପୂର୍ବ ବର୍ଷ ମଧ୍ୟ ଏଠାରେ କୌଣସି ପୁଅ ଜନ୍ମ ହୋଇନାହାଁନ୍ତି। ଏହା ଶୁଣିବାକୁ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ। ଏହି ଗାଁରେ କାହିଁକି ଏହା ଘଟୁଛି ସେମାନେ ମଧ୍ୟ ଜାଣିପାରି ନାହାଁନ୍ତି।

girls
picture credit-abcnews

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ରହସ୍ୟମୟ ଗାଁ ପୋଲାଣ୍ଡରେ ଅବସ୍ଥିତ ଯାହାର ନାମ ମିଜେସ୍କେ ଓଡ୍ରାଇସ୍କି । ଗତ ୧୨ ବର୍ଷ ମଧ୍ୟରେ ଏହି ଗାଁରେ କୌଣସି ପୁଅ ଜନ୍ମ ହୋଇନାହାଁନ୍ତି, କେବଳ ଝିଅମାନେ ଏଠାରେ ଜନ୍ମ ହୁଅନ୍ତି। ଏଠାରେ ଥିବା ଜଣେ ମେୟର ୨୦୧୯ ରେ ଏକ ଘୋଷଣା କରିଥିଲେ ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା। ସେ ଘୋଷଣା କରିଥିଲା ​​ଯେ ଯଦି ଗାଁରେ କାହା ପରିବାରରେ ପୁଅଟିଏ ଜନ୍ମ ହୁଏ ତେବେ ସେ ସେହି ପରିବାରକୁ ପୁରସ୍କାର ଦେବେ। ଯେତେବେଳେ ଏହି ଗ୍ରାମ ବିଷୟରେ ବୈଜ୍ଞାନିକମାନେ ଜାଣିଲେ, ସେମାନେ ଏହି ରହସ୍ୟ ଜାଣିବା ପାଇଁ ଅନୁସନ୍ଧାନ ମଧ୍ୟ କଲେ। କିନ୍ତୁ ବହୁତ ଗବେଷଣା କରିବା ପରେ ମଧ୍ୟ ତାଙ୍କୁ କୌଣସି ସଫଳତା ମିଳିନଥିଲା।

କେବଳ ବୈଜ୍ଞାନିକ ନୁହେଁ, ସାମ୍ବାଦିକ ଏବଂ ଟିଭିରେ କାମ କରୁଥିବା ଲୋକମାନେ ମଧ୍ୟ ଏହି ଗାଁ ଉପରେ ଗବେଷଣା କରିଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗାଁର ରହସ୍ୟ ଏକ ରହସ୍ୟରେ ହିଁ ରହିଛି। ଏହି ଗାଁରେ ଜନସଂଖ୍ୟା ପ୍ରାୟ ୩୦୦। ଏହି ଗ୍ରାମରେ ଥରେ ଅଗ୍ନିଶମ ବିଭାଗର ଯୁବ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ଆଞ୍ଚଳିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏବଂ ତେବେ ଏହି ଗାଁର ସମସ୍ତ ଦଳ ବାଳିକା ଥିଲେ। ସେବେଠାରୁ ଏହା ଗାଁ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଅଞ୍ଚଳର ମେୟର ଖ୍ରୀଷ୍ଟିନା ଜିଡଜିଆକ୍ ଗାଁ ବିଷୟରେ କରିଛନ୍ତି ଯେ ମିଜେସ୍କେ ଓଡ୍ରୋଜେନସ୍କିଙ୍କ ଅବସ୍ଥା ଏଠି ବଡ଼ ଅଜବ। ସେ ଏହା ମଧ୍ୟ କହିଛନ୍ତି ଯେ ଗାଁରେ କେବଳ ଝିଅମାନେ କାହିଁକି ଜନ୍ମ ହୁଅନ୍ତି ସେ ବିଷୟରେ ବୈଜ୍ଞାନିକମାନେ ଜାଣିବାକୁ ଚେଷ୍ଟା କରିଛନ୍ତି କିନ୍ତୁ ବୈଜ୍ଞାନିକମାନେ ଏହି ରହସ୍ୟ ଜାଣି ପାରିନାହାନ୍ତି। ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ଏହା କିପରି ସମ୍ଭବ। ଏହା ନେଇ ବୈଜ୍ଞାନିକମାନେ ଅଧିକ ଗବେଷଣା କରିବେ ବୋଲି ମେୟର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.