ଗୃହ ପ୍ରବେଶ ବେଳେ ଏହି ଭୁଲ ଯୋଗୁ ନଷ୍ଟ ହୋଇଥାଏ ଘରର ଶାନ୍ତି, ଘରେ ହୋଇଥାଏ କଳହର ବାସ
ହିନ୍ଦୁ ଧର୍ମରେ ଗୃହ ପ୍ରବେଶର ବହୁତ ମହତ୍ୱ ରହିଥାଏ | ଘରକୁ ମନ୍ଦିର ବୋଲି କୁହାଯାଏ | ହିନ୍ଦୁ ଧର୍ମରେ ବିନା ପୂଜା ପାଠରେ ଗୃହ ପ୍ରବେଶକୁ ବର୍ଜ୍ଜିତ କରାଯାଇଛି | ନୂଆ ଘର ନିର୍ମାଣ ବେଳେ ଗ୍ରହ ଶାନ୍ତିର ପୂଜା ନିହାତି କରିବା ଆବଶ୍ୟକ | ଦଶ ଦିଗପାଳ,ରକ୍ଷପାଳ ଓ ଗ୍ରାମ ଦେବତାଙ୍କୁ ପୂଜା କରିବା ପରେ ନୂତନ ଗୃହକୁ ପ୍ରବେଶ କରିବା ଆବଶ୍ୟକ | ଫଳରେ ଘରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି |
ଗୃହ ପ୍ରବେଶ ସମୟରେ ଏହି ବିଶେଷ କଥାର ଧ୍ୟାନ ଦିଅନ୍ତୁ :
* ଶୁଭ ମୁହୂର୍ତ୍ତ ସମୟରେ ଗୃହ ପ୍ରବେଶର ପୂଜା ଆରମ୍ଭ ଓ ଅନ୍ତ ହେବ ଦରକାର |
* ଘରକୁ ଫୁଲ ମାଳରେ ସଜ୍ଜିତ କରିବା ସହ ମୁଖ୍ୟ ଦ୍ୱାରରେ ଆମ୍ବ ପତ୍ରର ତୋରଣ ଟାଂଗନ୍ତୁ |
* ଘରର ଈଶାନ କୋଣରେ ପୂଜା ଆବଶ୍ୟକ ଅନୁସାରେ ଚୌକି ସ୍ଥାପିତ କରି ସେଥିରେ ନବ ଗ୍ରହ, ଦଶ ଦିଗପାଳ, ରକ୍ଷପାଳ, ଗ୍ରାମ ଦେବତା,ସ୍ଥାନ ଦେବତା ଆଦି ବିଧି ପୂର୍ବକ ସ୍ଥାପିତ କରିଗୃହ ସ୍ୱାମୀ ପୂଜା କରନ୍ତୁ |
* ଘରର ମୁଖ୍ୟ ଦ୍ୱାରରେ ଜଳ ଭରି କଳସ ରଖି ଦୀପ ଜଳାନ୍ତୁ |
* କନ୍ୟା ଓ ଗାଈକୁ ପୂଜା କରି ପତ୍ନୀ ସହ ଡ଼ାହାଣ ପାଦ ଆଗ ପକାଇ ଘର ଭିତରକୁ ପ୍ରବେଶ କରନ୍ତୁ |
* ଏହା ପରେ ରୋଷେଇ ଘରେ ପୂଜା ଜରୁର କରନ୍ତୁ |
* ଏହି ଦିନ ରୋଷେଇ ଘରେ ପ୍ରଥମେ ଦୁଧ ଉତୁରାଇବା ବା ଦୁଧରେ ତିଆରି ଖାଦ୍ୟ ପ୍ରସ୍ତୁତ କରନ୍ତୁ |
* ଗୃହ ସ୍ୱାମୀ ଗୃହ ପ୍ରବେଶ ପରେ ସପ୍ତ ନାରାୟଣ ବ୍ରତ କଥା ଜରୁର ଶୁଣନ୍ତୁ |
* ପୂଜା ଓ ଗୃହ ପ୍ରବେଶ ପରେ ସମସ୍ତଙ୍କୁ ପ୍ରସାଦ ବାଣ୍ଟନ୍ତୁ |