କେନ୍ୟୁଜ: ବେକାର ଗଲା ବୁମରାଙ୍କ ୫ ଓ୍ଵିକେଟ । ମୁମ୍ବାଇକୁ ୫୨ ରନରେ ହରାଇ କୋଲକାତାର ପ୍ଲେ ଅଫ୍ ଆଶା ଉଜ୍ଜିବୀତ । ପୁଣିଥରେ ବ୍ୟାଟିଂ ବିଫଳତା କାରଣରୁ କୋଲାକାତା ନାଇଟ ରାଇଡର୍ସ ପାଖରୁ ଶୋଚନୀୟ ପରାଜୟ ବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ ।
ମୁମ୍ବାଇ ଇଣ୍ଡିଆନ୍ସକୁ ୫୨ ରନରେ ହରାଇ ପ୍ଲେ ଅଫ୍ ଆଶା ଉଜ୍ଜିବୀତ ରଖିଛି କୋଲକାତା ନାଇଟ ରାଇଡର୍ସ । ପ୍ରଥମେ ବ୍ୟାଟିଂ କରି କୋଲକାତା ୯ ଓ୍ଵିକେଟରେ ୧୬୫ ରନ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୧୩ ରନରେ ଅଲଆଉଟ ହୋଇଯାଇଥିଲା । ଆଜି ମୁହାଁମୁହିଁ ହେବେ ଲକ୍ଷ୍ନୋ ଓ ଗୁଜରାଟ।