ବହୁତ ଶକ୍ତିଶାଳୀ ହୋଇଥାଏ ପଞ୍ଚମୁଖୀ ଦୀପ…ସବୁ ବାସ୍ତୁ ଦୋଷ ଦୂର କରି ଟଙ୍କା, ପଇସାରେ ଭରିଦିଏ ଘର
ହିନ୍ଦୁ ଧର୍ମ, ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁରେ ଏମିତି କିଛି ଉପାୟ ଓ ନିୟମ ବିଷୟରେ କୁହାଯାଇଛି, ଯାହା ଆଖାପାଖର ନକାରାତ୍ମକ ଶକ୍ତିକୁ ଦୂର କରିଥାଏ। ଏହି ଉପାୟ ସକାରାତ୍ମକତା ସୃଷ୍ଟି କରିବାରେ ବେଶ୍ ଉପଯୋଗୀ ହୋଇଥାଏ। ଯଦି ଆପଣ ଏହି ଉପାୟ କରିନେବେ, ତ ଜୀବନରେ କୌଣସି ବି ପ୍ରକାର ସମସ୍ୟାକୁ ସହଜରେ ପାର୍ କରି ପାରିବେ। ଏଥି ସହିତ ଘରେ ସୁଖ, ଶାନ୍ତି, ସମୃଦ୍ଧି ବଜାୟ ରହିବ। ପରିବାରର ସଦସ୍ୟମାନେ ପରସ୍ପର ସହିତ ସ୍ନେହ, ଭଲ ପାଇବା, ହସଖୁସିରେ ରହିପାରିବେ ଏବଂ ନିଜ କାମରେ ସଫଳତା ପାଇ ପାରିବେ। ଆଜି ଆମେ ଆପଣଙ୍କୁ ବାସ୍ତୁ ଦୋଷ ଦୂର କରିବା ପାଇଁ କିଛି ପ୍ରଭାବଶାଳୀ ଉପାୟ ବିଷୟରେ କହିବୁ।
ବାସ୍ତୁ ଶାସ୍ତ୍ରରେ ଘରେ ଘିଅ ଦୀପ ଜଳାଇବାକୁ ବହୁତ ଶୁଭ ବୋଲି ବିଶ୍ୱାସ କରାଯାଏ। ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଦ୍ୱାରରେ ଗାଈ ଘିଅରେ ଦୀପ ଜାଳିବାକୁ ପରାମର୍ଶ ଦିଆଯାଇଥାଏ। ଏହା ବ୍ୟତୀତ ପ୍ରତ୍ୟେକ ମଙ୍ଗଳବାର ପୂଜା କରିବା ସମୟରେ ଘରେ ଭଗବାନ ହନୁମାନଙ୍କ ପାଖରେ ପଞ୍ଚମୁଖୀ ଦୀପ ଜଳାଇବା ମଧ୍ୟ ବହୁତ ଶୁଭ ହୋଇଥାଏ। ଏହାଦ୍ୱାରା ଘରେ ସୁଖ, ଶାନ୍ତି ବଜାୟ ରହିଥାଏ। ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯାଇଥାଏ ଏବଂ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ଗାଈ ଘିଅରେ ପଞ୍ଚମୁଖୀ ଦୀପ ଜଳାଇବା ଦ୍ୱାରା ଘରେ ସର୍ବଦା ଭଗବାନଙ୍କର ଆର୍ଶୀବାଦ ରହିଥାଏ ଏବଂ ସବୁ ବାସ୍ତୁ ଦୋଷ ଦୂର ହୋଇଥାଏ।
ଏହି ସବୁ କଥା ଉପରେ ରଖନ୍ତୁ ଧ୍ୟାନ
-ଯେଉଁ ଘରେ ମା’ ଲକ୍ଷ୍ମୀ ବାସ କରନ୍ତି, ସେହି ଘର ସବୁବେଳେ ସଫାସୁତରା ରହିଥାଏ। ଲୋକେ ପରସ୍ପରକୁ ଭଲ ପାଆନ୍ତି। ଆପଣ ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଦ୍ୱାର ଉଭୟ ପଟେ ଘିଅ ଦୀପ ଜଳାନ୍ତୁ। ଏହାଦ୍ୱାରା ମା’ ଲକ୍ଷ୍ମୀ ଖୁବ୍ ଧନ ଦୌଲତ ଦେବେ।
-ଘରେ କଦାପି ଅନ୍ନ ଏବଂ ପାଣି ବର୍ବାଦ ହେବାକୁ ଦିଅନ୍ତୁ ନାହିଁ। ନଚେତ୍ ଏହି ଭୁଲ୍ ଆପଣଙ୍କୁ କାଙ୍ଗାଳ କରି ଦେଇପାରେ।
-କେବେ ବି ଘରେ ଜଙ୍ଗ୍ ଲାଗିଥିବା ଜିନିଷ, ବନ୍ଦ ଘଣ୍ଟା, ଖରାପ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଆଦି ରଖନ୍ତୁ ନାହିଁ। ଏହି ସବୁ ଜିନିଷ ନକାରାତ୍ମକ ଶକ୍ତିର ସ୍ରୋତ ହୋଇଥାଏ ଏବଂ ଗୁରୁତର ବାସ୍ତୁ ଦୋଷ ସୃଷ୍ଟି କରିଥାଏ। ଏହାଦ୍ୱାରା ଘରର ସଦସ୍ୟମାନେ ଚିନ୍ତା, ଅବସାଦ ଏବଂ ରୋଗର ଶିକାର ହୋଇଥାଆନ୍ତି।