ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

କରଞ୍ଜିଆ(କେନ୍ୟୁଜ୍‌): ଚଢଉ ଭୟରେ ପୋଡ଼ିଦେଲେ ଟଙ୍କା । ଦରପୋଡ଼ା ଟଙ୍କାର ଫଟୋ ସୋସିଆଲ ମିଡିଆରେ ଭାଇରାଲ। ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା । ମୟୂରଭଞ୍ଜ କରଞ୍ଜିଆ ରରୁଆଁ ଅଞ୍ଚଳରୁ ଏପରି ଅଭିଯୋଗ ଆସିଛି ।

ଗୋଟିଏ ପରିବାରର ତିନି ଭାଇ ସୁନୀଲ, ପ୍ରଭାତ ଓ ସୌରଭ ସୁଲତାନିଆଙ୍କ ଗୋଦାମରେ ଚଢଉ କରିଥିଲା ସିଟି ଓ ଜିଏସଟି ବିଭାଗ । ତେବେ ଚଢଉ ପରେ କରଞ୍ଜିଆ ଏନଏସି କରଡିଆ ଅଞ୍ଚଳରେ ବ୍ୟାପକ ପରିମାଣର ଚିରାଫଟା ନୋଟ୍‌ ପଡିଥିବା ଦେଖିବାକୁ ମିଳିଥିଲା । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚଢାଉ ଭୟରେ କେହି ଟଙ୍କା ପୋଡି ଦେଇଥିବା ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.