ଫେସବୁକ ଦୁନିଆର ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ। ପ୍ରାୟ ପ୍ରତ୍ୟେକଙ୍କ ଘରେ ଏହାକୁ ବ୍ୟବହାର କରୁଥିବା ଜଣେ ଦୁଇ ଜଣ ୟୁଜର ଆପଣଙ୍କୁ ମିଳିଯିବେ। ଏହି ଆପରେ ଲୋକେ ଅଧିକ ଆକ୍ଟିଭ ରହୁଥିବା କାରଣରୁ ହ୍ୟାକର୍ସ ବି ଏହାର ଫାଇଦା ବହୁତ ଭଲସେ ଉଠାନ୍ତି। ହ୍ୟାକର୍ସ କେତେବେଳେ ଫେସବୁକ ଆକାଉଣ୍ଟ ହ୍ୟାକ କରି ୟୁଜର୍ସଙ୍କ ଆକାଉଣ୍ଟର ମିସୟୁଜ କରନ୍ତି ତ ଆଉ କିଛି ମାମଲାରେ ଠକାମିର ଶିକାର ହୁଅନ୍ତି ୟୁଜର୍ସ। ଏମିତିରେ ଏହାର ସିକ୍ୟୁରିଟୀକୁ ନେଇ ୟୁଜର୍ସଙ୍କ ମନରେ ସବୁବେଳେ ଚିନ୍ତା ରହିଥାଏ। ତେଣୁ ଆପଣଙ୍କ ଏହି ସମସ୍ୟାକୁ ଦେଖି ଆମେ ଆଜି ଆପଣଙ୍କ ପାଇଁ କିଛି ଟିପ୍ସ ଆଣିଛୁ ଯେଉଁଥିରେ ଆପଣ ଜାଣିପାରିବେ ଯେ ଯଦି ଆପଣଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ ହୋଇଗଲା ତାହେଲେ ଆପଣ ତାକୁ କେମିତି ରିକଭର କରିପାରିବେ।
କିନ୍ତୁ ତାପୂର୍ବରରୁ ଆପଣଙ୍କୁ ଏହା ଜାଣିବା ଆବଶ୍ୟକ ଯେ ଆପଣଙ୍କ ଆକାଉଣ୍ଟ ହ୍ୟାକ ହୋଇଛି ନା ନାହିଁ। ଏହାକୁ ଜାଣିବା ପାଇଁ କିଛି କଥା ଉପରେ ଆପଣଙ୍କୁ ପ୍ରଥମେ ଜାଣିବା ଆବଶ୍ୟକ। ଯେମିତିକି ଯଦି ଲଗଇନ କରିବା ସମୟରେ ବାରମ୍ବାର ଆପଣଙ୍କୁ ପାସଓ୍ଵାର୍ଡ ଭୁଲ ଦେଖଉଥିବ। ଏମିତି ହେଲେ ଭାବିନିଅନ୍ତୁ ଯେ ଆପଣଙ୍କ ଆକାଉଣ୍ଟକୁ କିଲ ହ୍ୟାକ ନିଶ୍ଚିତ କରିଛି। ଏହାବ୍ୟତୀତ ଫେସବୁକ ଓ୍ଵାଲ ଉପରେ ଯଦି ଏମିତି କୌଣସି ପୋଷ୍ଟ କିମ୍ବା ମେସେଜ ଦେଖିବେ ଯାହାକୁ ଆପଣ ପୋଷ୍ଟ କରିନାହାଁନ୍ତି ତାହେଲେ ମଧ୍ୟ ଜାଣନ୍ତୁ ଯେ ଆପଣଙ୍କ ଆକାଉଣ୍ଟ ହ୍ୟାକିଙ୍ଗର ଶିକାର ହୋଇଛି। ଏଥିରୁ କୌଣସି ବି ସଂକେତ ଯଦି ଆପଣ ଦେଖୁଛନ୍ତି ତାହେଲେ ତୁରନ୍ତ ସାବଧାନ ହୋଇଯାନ୍ତୁ ଏବଂ ବ୍ୟସ୍ତ ନହୋଇ କିଛି ଟିପ୍ସକୁ ଫଲୋ କରି ପୁର୍ନବାର ଆପଣଙ୍କ ଆକାଉଣ୍ଟକୁ ସୁରକ୍ଷିତ ଫେରିପାଆନ୍ତୁ।
-
- ସର୍ବପ୍ରଥମେ ସେଟିଙ୍ଗ ଆଣ୍ଡ ପ୍ରାଇଭେସୀ ଅପ୍ସନକୁ ଯାଆନ୍ତୁ। ଏଠାରେ ପାସଓ୍ଵାର୍ଡ ଏବଂ ସିକ୍ୟୁରିଟୀ ଅପ୍ସନକୁ ଚୟନ କରନ୍ତୁ।
- ଏବେ ଆପଣଙ୍କୁ ଚେଞ୍ଜ ପାସଓ୍ଵାର୍ଡ ଅପ୍ସନକୁ ଚୟନ କରିବାକୁ ହେବ।
- ଏହାବ୍ୟତୀତ ଆପଣ ଚାହିଁବେ ତ Password and Security ପେଜରେ ଦିଆଯାଇଥିବା Where You are logged inକୁ ଯାଇ ଦେଖିପାରିବେ ଯେ ଆପଣଙ୍କ ଆକାଉଣ୍ଟ କେଉଁଠି କେଉଁଠି ସବୁ ଲଗଇନନ୍ ହୋଇରହିଛି।
- ଏଠାରେ ଆପଣ କୌଣସି ଅଜଣା ଡିଭାଇସ ଲଗଇନ୍ ହୋଇଥିବା ଦେଖିବେ ତ ତାହେଲେ ତୁରନ୍ତ ହଟାଇ ଦିଅନ୍ତୁ।
- ଏବେ ଆପଣଙ୍କୁ Suspicious loginର ବିକଳ୍ପ ବାଛିବାକୁ ହେବ। ଏଠାରେ ସିକ୍ୟୁର ଆକାଉଣ୍ଟ ଉପରେ କ୍ଲିକ କରନ୍ତୁ। କିଛି ଷ୍ଟେପ୍ସକୁ ଫଲୋ କରି ଆପଣ ଆକାଉଣ୍ଟକୁ ସିକ୍ୟୁର କରିପାରିବେ।
- ଯଦି ଏସବୁପରେ ବି ଆପଣଙ୍କୁ ଆପଣଙ୍କ ଆକାଉଣ୍ଟ ପୁର୍ନବାର ନମିଳିଲା ତାହେଲେ Password and Security ପେଜରେ ଦିଆଯାଇଥିବା Get Help ଅପ୍ସନକୁ ଚୟନ କରନ୍ତୁ।
- ଆକାଉଣ୍ଟ ହ୍ୟାକ୍ ହୋଇଥିଲେ ଆପଣଙ୍କୁ ରିପୋର୍ଟ ଉପରେ କ୍ଲିକ କରିବାକୁ ହେବ।
- ଏହାବ୍ୟତୀତ ଆପଣ ଫେସବୁକ Facebook.com/hacked କୁ ବି ଯାଇପାରିବେ। ଏଠାରେ ଆପଣଙ୍କୁ ିଜର ଫେସବୁକ ଆକାଉଣ୍ଟ ସହ ଜଡିତ ନମ୍ବରକୁ ଏଣ୍ଟର କରିବାକୁ ହେବ।
- ନମ୍ବର ମିଳିବା ପରେ ଫେସବୁକ ଆପଣଙ୍କୁ ଆକାଉଣ୍ଟ ଆକସେସ୍ କରିବାକୁ ଲିଙ୍କ ଦେବ।