ଜାଣନ୍ତୁ କାହିଁକି ପାଳନ କରାଯାଏ ବୁଦ୍ଧ ପୂର୍ଣ୍ଣିମା, ମହାତ୍ମା ବୁଦ୍ଧ ଦେଇଥିବା କେତୋଟି ମହାନ ଉପଦେଶ ସମ୍ପର୍କରେ

ବୋୖଦ୍ଧ ଧର୍ମାବଲମ୍ବୀ ମାନେ ଆଜି ବୁଦ୍ଧ ପୁର୍ଣିମା ପାଳନ କରୁଛନ୍ତି । ମାନ୍ୟତା ରହିଛିକି ବୈଶାଖ ପୂର୍ଣ୍ଣମୀ ଦିନ ବୌଦ୍ଧ ଧର୍ମର ସଂସ୍ଥାପକ ମହାତ୍ମା ବୁଦ୍ଧଙ୍କର ଜନ୍ମ ହୋଇଥିଲା  । ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ମେ ମାସରେ ପଡୁଥିବା ପୂର୍ଣ୍ଣମୀକୁ “ବୁଦ୍ଧ ପୂର୍ଣ୍ଣମୀ” ଭାବେ ପାଳନ କରାଯାଏ  । ଶାସ୍ତ୍ର ମୁତାବକ ବୈଶାଖ ପୂର୍ଣ୍ଣମୀର ଅନେକ ମହତ୍ତ୍ୱ ରହିଛି  । ଆଜିର ଦିନରେ ଦିନ ଗୋଟେ ୬ ମିନିଟରେ ବିଶାଖା ନକ୍ଷତ୍ର ଆରମ୍ଭ ହେବାକୁ ଯାଉଛି  । ଏମିତି ବି ଧରାଯାଏ ବିଶାଖା ନକ୍ଷତ୍ର ସହିତ ଜଡିତ ହେବା କାରଣରୁ ତାଙ୍କୁ ବୈଶାଖ ପୂର୍ଣ୍ଣମୀ କୁହାଯାଏ  । ସାଧାରଣତଃ ବିଶାଖାର ଅର୍ଥ ହୋଇଥାଏ ବିଭାଜିତ କିମ୍ବା ଗୋଟିଏରୁ ଅତ୍ୟଧିକ ଶାଖା ମାନଙ୍କର ଉତ୍ପନ୍ନ  । ଏହି ନକ୍ଷତ୍ରର ସ୍ୱମୀ ହେଉଛନ୍ତି ଦେବଗୁରୁ ବୃହସ୍ପତି  ।

କିଏ ଥିଲେ ମହାତ୍ମା ବୁଦ୍ଧ:

ଗୌତମ ବୁଦ୍ଧଙ୍କ ଜନ୍ମ ୬୨୩ ଖ୍ରୀଷ୍ଟ ପୂର୍ବରେ ହୋଇଥିଲା  । ପିଲାବେଳେ ପିତାମାତା ତାଙ୍କ ନାଁ ସିଦ୍ଧାର୍ଥ ଦେଇଥିଲେ  । ନେପାଳର ଲୁମ୍ବିନି ଗାଁରେ ହୋଇଥିଲା ତାଙ୍କ ଜନ୍ମ  । ଜନ୍ମର ମାତ୍ର ୭ ଦିନ ପରେ ହିଁ ବୁଦ୍ଧଙ୍କ ମା ଇହଧାମ ତ୍ୟାଗ କରିଥିଲେ  । ମା’ଙ୍କ ମୃତ୍ୟୁ ପରେ ତାଙ୍କ ମାଉସୀ ଗୌତମୀ ତାଙ୍କ ଲାଳନପାଳନ କରିଥିଲେ  । ସେ ଗୁରୁ ବିଶ୍ଵାମିତ୍ରଙ୍କ ଠାରୁ ଉପନିଷଦ, ରାଜକାର୍ଯ୍ୟ ତଥା ଯୁଦ୍ଧବିଦ୍ୟା ଆଦି ଶିକ୍ଷାଗ୍ରହଣ କରିଥିଲେ  । ସମାଜରେ ତଥା ନିଜ ଭିତରେ ପରିବର୍ତ୍ତନ ଆଣିବା ପାଇଁ କିଛି ଖାସ ଉପଦେଶ ଦେଇଛନ୍ତି ମହାତ୍ମା ବୁଦ୍ଧ:

କ୍ରୋଧ ନକରନ୍ତୁ :

ଭଗବାନ ବୁଦ୍ଧଙ୍କ କହିବା ଅନୁଯାୟୀ କୌଣସି ବି ବ୍ୟକ୍ତି କେବେ ବି କ୍ରୋଧ କରିବା ଉଚିତ ନୁହେଁ  । କାରଣ କ୍ରୋଧର ସିନା କିଛି ଦଣ୍ଡ ମିଳେନାହିଁ କିନ୍ତୁ କ୍ରୋଧରୁ ଦଣ୍ଡ ନିଶ୍ଚିତ ମିଳିଥାଏ  ।

budhha purnima

ଧୋକା ଦେଉଥିବା ସ୍ଥାନରୁ ଦୁରେଇ ରୁହନ୍ତୁ:

ଗୌତମ ବୁଦ୍ଧଙ୍କ ଅନୁଯାୟୀ ହିଂସ୍ର ପଶୁ ଠାରୁ ବି ଅଧିକ ଭୟଙ୍କର ଧୋକା ଦେଉଥିବା ମିତ୍ର ହୋଇଥାନ୍ତି  । ଯିଏ କି ଆପଣଙ୍କ ବିବେକ ଓ ବୁଦ୍ଧିକୁ କ୍ଷତି ପହଞ୍ଚାଇଥାନ୍ତି  । ବ୍ୟକ୍ତି ସବୁବେଳେ ଏମିତି ସାଙ୍ଗ ଠାରୁ ଦୁରେଇ ରହିବା ଉଚିତ  ।

କାହାକୁ ସନ୍ଦେହ କରନ୍ତୁ ନାହିଁ:

ବୁଦ୍ଧ କହୁଥିଲେ କେବେ ବି କାହା ଉପରେ ସନ୍ଦେହ କରନ୍ତୁ ନାହିଁ  । ଏମିତି କରିବା ଫଳରେ ଆପଣଙ୍କ ସମ୍ପର୍କ ଭାଙ୍ଗିଯାଇଥାଏ  । ସେ ଆପଣଙ୍କ ମିତ୍ର ହୁଅନ୍ତୁ ନା କାହିଁକି  । ମନରେ ସନ୍ଦେହ ରହିଲେ ସମ୍ପର୍କ ଭାଙ୍ଗି ଯାଇଥାଏ  ।

ମୋହମାୟା ଠାରୁ ଦୁରେଇ ରୁହନ୍ତୁ;

ବୁଦ୍ଧ କହନ୍ତିକି ବ୍ୟକ୍ତିକୁ ମୋହମାୟା ବନ୍ଧନ ଆଦି ଠାରୁ ଦୁରେଇ ରହିବା ଉଚିତ  । ଯେଉଁ ମାନେ ଯେତେ ପ୍ରେମରେ ବାନ୍ଧି ହୋଇଥାନ୍ତି  । ସେମାନେ ସେତିକି ଦୁଖୀ ହୋଇଥାନ୍ତି  ।

ନିଜ ଉପରେ ବିଜୟ ହାସଲ କରନ୍ତୁ:

ବୁଦ୍ଧଙ୍କ ଅନୁଯାୟୀ ନିଜ ଉପରେ ବିଜୟ ହାସଲ କରିବା କୌଣସି ଯୁଦ୍ଧ ଜିତିବା ଠାରୁ ଅଧିକ ଫଳପ୍ରଦ ହୋଇଥାଏ  । କାରଣ ବିଜୟ ସବୁବେଳେ ଆପଣଙ୍କର ହିଁ ହେବ  ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.