ବାଲିଅନ୍ତାର ଜୁଆ ଆଡ୍ଡା ଉପରେ ଚଢାଉ, ୮ ଜୁଆଡି ଗିରଫ

ଭୁବନେଶ୍ବର(କେନ୍ୟୁଜ୍):ଜୁଆ ଆଡା ଉପରେ ଚଢ଼ାଉ।ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଟୋଲକପଡା ଗାଁରେ ଗତ ରାତିରେ ଜୁଆଖେଳ ଚାଲୁଥିବା ବେଳେ ପୁଲିସ ଅତର୍କିତ ଚଢ଼ାଉ କରିଥିଲା। ଜୁଆ ଆଡ଼ାରୁ ୮ ଜୁଆଡିଙ୍କୁ ଗିରଫ କରିବା ସହ ଖେଳରେ ବ୍ୟବହୃତ ପାଲି, ଲକ୍ଷାଧିକ ଟଙ୍କା ଏବଂ ତିନୋଟି ବାଇକ, ୭ଟି ମୋବାଇଲ ଫୋନ୍ ଜବତ କରିଛି ବାଲିଅନ୍ତା ପୁଲିସ ।

ଆଗରୁ ମଧ୍ୟ ବାଳକାଟିର ଏକ କଲ୍ୟାଣୀ ମଣ୍ଡପରେ ଜୁଆ ଖେଳ ଚାଲୁଥିବା ବେଳେ ପୁଲିସ ରାତି ଅଧିଆ ଚଢ଼ଉ କରି ୧୧ ଜଣକୁ ମଧ୍ୟ ଗିରଫ  କରିଥିଲା । ବାଲିଅନ୍ତାରେ ଦିନକୁ ଦିନ ଚୋରି, ଡକାୟତି , ଚୋରା ମଦ ଗଞ୍ଜେଇ, ଜୁଆ ଖେଳ ବୃଦ୍ଧି ପାଉଥିବା ବେଳେ ପୁଲିସ ପାଇଁ ଏହା ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.