ଗଛ ମୂଳେ ଚାଲିଛି ଭବିଷ୍ୟତ ଗଢା ! ସ୍କୁଲ ଘର ନଥିବାରୁ ଖୋଲା ଆକାଶ ତଳେ ପାଠପଢୁଛନ୍ତି କୁନି କୁନି ପିଲା

ଚାନ୍ଦବାଲି (କେନ୍ୟୁଜ): ପ୍ରଥମେ ବାତ୍ଯା ଆଶ୍ରୟସ୍ଥଳୀରେ ପଢୁଥିଲେ ପିଲାମାନେ ପାଠ । ସେ ଭାଙ୍ଗିରୁଜି ଗଲା ପରେ ଏବେ ୨ଟି ଶ୍ରେୀଣୀ ଗୃହକୁ ୮ ଟି କ୍ଲାସ ତେଣୁ ବାଧ୍ଯ ହୋଇ କେତେବେଳେ ଗଛ ମୂଳେ ତ ପୁଣି କେତେବେଳେ ସ୍କୁଲ ବାରଣ୍ଡାରେ ପଢୁଛନ୍ତି ଛାତ୍ରଛାତ୍ରୀ । ବାରମ୍ବାର ଦାବି ପରେବେ ନୂତନ ସ୍କୁଲ ଘର ନିର୍ମାଣ ହୋଇପାରୁନଥିବା ଅଭିଯୋଗ କରିଛନ୍ତି ଅଭିଭାବକମାନେ ।

ଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଂଚାୟତରେ ଥିବା ଇଟାଗୋଠ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ଯ । ନାନାବିଧି ସମସ୍ଯା ଦେଇ ବିଦ୍ୟାଳୟଟି ଗତି କରୁଥୁବା ବେଳେ ସମସ୍ଯାର ସମାଧାନ ପାଇଁ ଦାବି ପରେ ବି କେହି କର୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ବିଦ୍ୟାଳୟ ସମ୍ମୁଖରେ ପୋଖରୀ । ନାହିଁ ବାଉଣ୍ଡରୀ । କ୍ଲାସ ରୁମ ଅଭାବରୁ ପିଲାମାନେ କେତେବେଳେ ସ୍କୁଲ ଆଗରେ ଥିବା ଗଛମୂଳେ ତ ପୁଣି କେତେବେଳେ ସ୍କୁଲ ବାରଣ୍ଡାରେ ବସି ପାଠ ପଢୁଛନ୍ତି । ଏ ସମସ୍ଯା ଆଜି କି କାଲିର ନୁହେଁ ଦୀର୍ଘ ବର୍ଷ ହେଲା ଏପରି ସମସ୍ଯା ଥିଲେ ବି ସମାଧାନ ଦିଗରେ ବିଭାଗ ଆଗଭର ହେଉନଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ।

ଅଭିଭାବକଙ୍କ କହିବା ଅନୁଯାୟୀ ୧୯୫୬ ମସିହାରୁ ସ୍ଥାପିତ ଏହି ସ୍କୁଲ । ପ୍ରଥମେ ପିଲାମାନେ ଏକ ବାତ୍ଯା ଆଶ୍ରୟସ୍ତଳୀରେ ପାଠ ପଢୁଥିଲେ । ପରେ ଛାତ୍ରଛାତ୍ରୀଙ୍କ ପାଇଁ ୨ ଗୋଟି କ୍ଲାସ ରୁମ ନିର୍ମାଣ କରାଯାଇଥିଲା । ପ୍ରଥମରୁ ଅଷ୍ଟମ ଯାଏଁ ୧୭୨ ପିଲା । ହେଲେ ୨ଟି ଘର ଥିବାରୁ ଯେଉଁଠି ଅଫିସ ଚାଲୁଛି ସେଠି ପିଲାମାନେ ବସି ପଢୁଛନ୍ତି । ଯାହାକି ଘର ଅଭାବରୁ ପାଠ ପଢାରେ ବ୍ଯାଘାତ ସୃଷ୍ଟି ହେବା ସହ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ତାହାସହ ସ୍କୁଲ ଆଗରେ ପୋଖରୀ ଥିବା ସହ ସ୍କୁଲଟି ରାସ୍ତାକୁ ଲାଗିଥିବାରୁ ବାରମ୍ବାର ଦାବି ପରେ ବି ବାଉଣ୍ଡରୀ ବୁଲା ହୋଇପାରୁନି ତେଣୁ ପାଦେ ପାଦେ ପିଲାଙ୍କ ପ୍ରତି ବିପଦ ରହୁଛି । ତେବେ ଏ ସମସ୍ଯା ବାଦରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଜର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି । ଅନ୍ଯପଟେ ଏ ବାବଦରେ ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଯୋଗଦାଯୋଗ କରାଯାଇଥିଲେ ବି ଏ ସମସ୍ଯାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଥିବା କଥା ଫୋନ ଯୋଗେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.