ପୁରୀ(କେନ୍ୟୁଜ୍): ଜାରି ରହିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପୂର୍ବ ପରି ପରିକ୍ରମା ପ୍ରକଳ୍ପ ଜାରି ରହିବ। କାମ ଶୀଘ୍ର ଶେଷ ହେଲେ ଭକ୍ତମାନେ ସୁବିଧା ପାଇପାରିବେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ ଚାଲିବ। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଗତ ୧୧ତାରିଖରେ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ପରାମର୍ଶଦାତା କମିଟି ନିଷ୍ପତ୍ତିକୁ ଅନୁମୋଦନ ଦେଇଛି ପରିଚାଳନା କମିଟି। ASI ଡିଜିଙ୍କ ନିର୍ଦ୍ଦେଶ କ୍ରମେ ୧୦୦ ମିଟର ବାହାରେ ହେବ ଅଭ୍ୟର୍ଥନା କେନ୍ଦ୍ର। ତେବେ ଏହା କେଉଁ ସ୍ଥାନରେ କରାଯିବ ତାହା ସ୍ପଷ୍ଟ ହୋଇନାହିଁ।
ପ୍ରକଳ୍ପ ନିର୍ମାଣ ଦ୍ୱାରା ଯେପରି ଶ୍ରୀମନ୍ଦିର ଦୃଶ୍ୟମାନେ ଉପରେ କୌଣସି ପ୍ରଭାବ ନ ପଡିବ ସେନେଇ ଡିଜାଇନକୁ ସରଳ କରିବା ଲାଗି CMCର ନିଷ୍ପତିକୁ ପରିଚାଳନା କମିଟିରେ ଅନୁମୋଦନ ମିଳିଛି।