Airtel ଗ୍ରାହକଙ୍କୁ ଝଟକା ! ପୁଣି ବଢ଼ିପାରେ କମ୍ପାନୀର ପ୍ରିପେଡ ପ୍ଲାନ୍

ଦର ଦାମ ବୃଦ୍ଧି ଯୋଗୁ ଆପଣ ବର୍ତ୍ତମାନ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଗତ ବର୍ଷ ଟେଲିକମ କମ୍ପାନୀ ମାନେ ନିଜର ପ୍ରିପେଡ ପ୍ଲାନର ଦାମ ବଢ଼ାଇଥିଲେ । ବିଏସଏନଏଲ ବ୍ୟତୀତ ଅନ୍ୟ ସବୁ ଟେଲିକମ କମ୍ପାନୀ ସେମାନଙ୍କର ପ୍ରିପେଡ ପ୍ଲାନର ଦାମ ୧୮ ରୁ ୨୫ ପ୍ରତିଶତକୁ ବୃଦ୍ଧି କରିଥିଲେ । ଆମେ ଆପଣଙ୍କୁ କହିବୁ ଯେ ବେସରକାରୀ ଟେଲିକମ୍ କମ୍ପାନୀ ଏୟାରଟେଲ ଆଗାମୀ ଦିନରେ ଏହାର ପ୍ରିପେଡ୍ ପ୍ଲାନର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି ଏବଂ କମ୍ପାନୀର ସିଇଓ ଗୋପାଳ ବିଟ୍ଟଲ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି।

ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ ଚଳିତ ବର୍ଷ ଏହାର ପ୍ରିପେଡ୍ ଯୋଜନାଗୁଡ଼ିକର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି। ଏହି ଖବର କମ୍ପାନୀର ସିଇଓ ଗୋପାଳ ବିଟ୍ଟଲ ନିଜେ ନିଶ୍ଚିତ କରିଛନ୍ତି। ଯଦିଓ ପ୍ରିପେଡ୍ ଯୋଜନାଗୁଡିକର ମୂଲ୍ୟ କେବେ ବୃଦ୍ଧି ହେବ ତାହା ଏପର୍ଯ୍ୟନ୍ତ କୌଣସି ତାରିଖ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଏହା ହେବାକୁ ଯାଉଛି । ସେ କହିଛନ୍ତି ଚଳିତ ବର୍ଷ ଏୟାରଟେଲ ଏହାର ପ୍ଲାନର ଦାମ ବଢ଼ାଇପାରେ । ଏଥର କମ୍ପାନୀ ପ୍ରତି ୟୁଜରଙ୍କ ଠାରୁ ଏଆରପିୟୁ ଟାର୍ଗେଟ ୨୦୦ ରହିଛି ।

ଏକ ରିପୋର୍ଟ ଅନୁଯାୟୀ ଏୟାରଟେଲ, ଟେଲିକମ ରେଗୁଲେଟର ଟ୍ରାଇ ଦ୍ୱାରା ୫ଜି ପାଇଁ ପ୍ରସ୍ତୁତ ବେସ୍ ପ୍ରାଇସରେ ଖୁସି ନାହିଁ । ଗତ ବର୍ଷ ତିନି ଟେଲିକମ୍ କମ୍ପାନୀ ନିଜର ପ୍ରିପେଡ ପ୍ଲାନର ଦାମରେ ବୃଦ୍ଧି କରିଥଲେ । ଟେଲିକମ ଅପରେଟମାନେ ୫ଜିର ରିଭାଇଜ ଦରରେ ଟ୍ରାଇର ପରାମର୍ଶକୁ ନେଇ ସନ୍ତୁଷ୍ଟ ନାହାଁନ୍ତି । ଫଳରେ ଏହି ଟାରିଫ୍ ବୃଦ୍ଧି କରାଯାଇପାରେ ବୋଲି କହିଛନ୍ତି ଏୟାରଟେଲ ସିଇଓ ।

ଟାରିଫ୍ ବଢ଼ିବା କଥାକୁ ନେଇ ବିଟ୍ଟଲ କହିଛନ୍ତି ଯେ ଆମକୁ ଏହି ବର୍ଷ ଟାରଫ୍ ବୃଦ୍ଧି ଦେଖିବାକୁ ମିଳିବ । ବିଟ୍ଟଲ କହିଛନ୍ତି ବର୍ତ୍ତମାନ ଟାରିଫ୍ କମ୍ ଅଛି । ପୁଣି ଥରେ ଟାରିଫ୍ ବୃଦ୍ଧିକୁ କଷ୍ଟମର ସହିପାରିବେ । କାରଣ ଗତ ବର୍ଷ ହୋଇଥିବା ଟାରିଫ୍ ବୃଦ୍ଧି ପରେ ବି ତିନି ମାସରେ ଏୟାରଟେଲର ସବସ୍କ୍ରାଇବରଙ୍କ ସଂଖ୍ୟା ବଢ଼ିଛି । ସୂଚନା ଯୋଗ୍ୟ ନଭେମ୍ବର ୨୦୨୧ ରେ ହଠାତ୍ ପ୍ଲାନ ବୃଦ୍ଧି କରିବାରେ ଏୟାରଟେଲ୍ ଦେଶର ପ୍ରଥମ ଟେଲିକମ୍ କମ୍ପାନୀ ଥିଲା | ଏୟାରଟେଲ ପରେ ହିଁ ରିଲାଏନ୍ସ ଜିଓ ଏବଂ ଭୋଡାଫୋନ୍ ଆଇଡିଆ ସେମାନଙ୍କ ପ୍ଲାନର ମୂଲ୍ୟ ବୃଦ୍ଧି କଲା। ଏବେ ପୁଣି ଥରେ, ଏୟାରଟେଲ୍ ପ୍ରଥମେ ଏହାର ପ୍ରିପେଡ୍ ଯୋଜନାଗୁଡିକର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.